ଦାଦନର ଦୁଃଖ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କରୋନା – ଆରେ ଦାଦନ ଭାଇ
–  ଆପଣ ମାନେ ସମସ୍ତେ ଭଲ
ର  ଅଛନ୍ତି ତ!!
–    ଆପଣ ମାନଙ୍କ କିଛି ଅସୁବିଧା
ହେଇନି ତ!!!!
–  ମୁଁ ଭାବୁଥିଲି ମୋ ଡରରେ ତୁମ
ସରକାର ଲକ୍ ଡାଉନ୍ କରିବା
ଯୋଗୁ ତୁମ ମାନଙ୍କ କାମ
ମିଳିବାରେ ଅସୁବିଧା ହୋଇଥିବ
ତେଣୁ ତୁମ ମନ କଥା ଜାଣି ବାକୁ
ପଚରି ଦେଲି
ଗୀତ – କହିବ କି ଭାଇ କହିବ କି?
ଖୁସି ରେ ଅଛ ନା ଦୁଃଖ ରେ ଅଛ
ମୋ ଖୁସି କଥା କହିଲେ ନ ସରେ
ତୁମ ଖୁସି କଥା କହିବ କି ?
ଏ ମୂଢ ମଣିଷ ନିଜେ ବଡ କହି
କଲା ଯେତେ ଅବିଚାର
ଧରା କୁ ମଣିଲା ସାରା ଟେ ପରିକା
ବିହି କଲା ତା ବିଚାର
ତୁମେତ ଦାଦନ ଖଟିଲେ ଖାଇବ.
ତୁମସୁଖ ଟିକେ କହିବ କି?
ଦାଦନ – କରୋନା ଭାଇ, ମୋ ସୁଖ ନ
କହିଲେ ଭଲ, ଦାଦନ ର ତ
ଜନମ ଦୁଃଖ ହିଁ ଦୁଃଖ, ସୁଖ ତା
ପାଇଁ ମରୀଚିକା ପରି
ସୁଖ କୁ ଟିକେ ଦେଖିବ ଦେଖିବ
ହୋଇ ଜୀବନ ସାରା ମୁଣ୍ଡର ଝାଳ
ତୁଣ୍ଡରେ ମାରି ଖଟୁଛି ସିନା ସୁଖର
ଭେଟପାଉନି,ଭୋଗକରିବା ତ ଦୂର
ଗୀତ – ଶୁଣ ରେ କରୋନା
ଶୁଣ ମୋ ଦୁଃଖ କାହାଣୀ ରେ..
ପେଟ ଚାଖଣ୍ଡକ ପାଇଁ ମୁଠେ
ଦାନ ତ ମିଲୁନି ରେ…
ମୋ କୁଟୁମ୍ବ ପରିବାର
ନ ପାଇ ମୁଠେ ଆହାର
ହା ଅନ୍ନ ହା ଆନ୍ନ କହି
ପ୍ରାଣ ତେଜିଲେଣି ରେ..
କାମ ଧାମ ବନ୍ଦ ହେଲା
ମାଲିକ ଘଉଡି ଦେଲା
ହାତ ପଣତ ର ଧନ
ସବୁ ସାରିଲାଣି ରେ…
ନ ଚାଲେ ଗାଡି ମଟର
ଜନ୍ମ ମାଟି ବହୁଦୂର
ବାଟ ଚାଲି ଚାଲି ସର୍ବେ
ଥକି ପଡିଲୁଣି ରେ…
ପୋଲିସ ବାଲା ଙ୍କ ଡରେ
ନ ଚାଲି ରାଜ ରାସ୍ତାରେ
ରେଳ ଧାରଣାରେ ସ୍ଥିର
ବିଶ୍ରାମ ନେଲେଣି ରେ….
ବାଟ ଚାଲିବାର ବେଳ
ପୁତ୍ର ଶୂନ୍ୟ ହେଲା କୋଳ
କେ ପ୍ରସବ କଷ୍ଟରେ ଚିର
ନିଦ୍ରା ଘଟିଲାଣିରେ..
କାନ୍ଧରେ ବୋହି ଭରକୁ
ପାଲାରେ ଶିଶୁ ପୁତ୍ର ଙ୍କୁ
ବାଟ ଚାଲୁ ଚାଲୁ ଅଣ୍ଟା
ବ୍ୟଥା ବଢ଼ିଲାଣି ରେ
କରୋନା– ହାୟ ରେ ବିଧାତା!!!!
ମୋ ଯୋଗୁ ତୁମର ଏତେ ଦୁଃଖ
–  ଏକଥା ମୁଁ ସ୍ଵପ୍ନରେ ସୁଦ୍ଧା
ଭାବି ନଥିଲି l  ମୁଁ ତ ଆଳସ୍ୟ ଓ
ବିଳାସୀ ମାନଙ୍କୁ ଚେତାବନୀ
ଦେବାକୁ ଜନ୍ମ ନେଇଥିଲି, କହିକି
ନା ତୁମ ଶରିରର ଅମାପ
ପ୍ରତିରୋଧକ ଶକ୍ତି ଯାହାକୁ
ଭେଦ କରିବା ମୋ ପାଇଁ ଅସମ୍ଭବ l
ମୁଁ ତୁମର କିଛି ବି କ୍ଷତି କରି
ପାରିବି ନାହିଁ  ଦାଦନ ଶ୍ରମିକ
ତୁମେମାନେ ସମ୍ପୂର୍ଣ୍ଣ ନିର୍ଭୟରେ
ଥାଅ
ଦାଦନ – ହେଲେ ଏତିକି ରେ ମୋ ଦୁଃଖ
ସରିନାହିଁ କରୋନା
-ତୋ ଆଗମନ ବାର୍ତ୍ତା ଶୁଣି ବା
ମାତ୍ରେ ଆମ ସରକାର କୁ କି ଡର
ମାଡିଲା କେଜାଣି ସଙ୍ଗେ ସଙ୍ଗେ କି
ଲକ୍ ଡାଉନ୍ ଘୋଷଣା କଲେ ଯେ
ସବୁ କିଛି ବନ୍ଦ. I ହାତରେ ଯାହା
ଥିଲା ସବୁ ସାରିଲା, ତେଣୁ ଚାଲି
ଚାଲି ଭିଟାମାଟି କୁ ଫେରିବା ଛିଡା
ଚାରା ନାହିଁ
ଗୀତ – ତଥାପି ସରିନାହିଁ ମୋ
ଦୁଃଖ ଓ ଯନ୍ତ୍ରଣା ରେ..
ଶହ ଶହ କୋଶ ବାଟ
ବଣ ବିଲ ନଇ ଘାଟ
ସଭିଙ୍କ ପାଶେ ମୋ ଦୁଃଖ
ବାଣ୍ଟି ସାରିଲିଣି ରେ..
ବୃଦ୍ଧ ବୃଦ୍ଧା ପିତା ମାତା
ବାଳୁତ ପୁତ୍ର ଦୁହିତା
ଦେଇ ନ ପାରୁଛି ତାଙ୍କ
ମୁଖେ ମୁଠେ ଦନା ରେ…
ସରକାରୀ କଟକଣା
କଲା ସର୍ବେ ବାଟ ବଣl
ସଂଘ ରୋଧ ଗ୍ରୁହେ ଶେଷେ
ଯାଇ ଭୋଗିବୁ ଜନ୍ତ୍ରଣl ରେ…
କରୋନା… ହେ ଭଗବାନ ଏ ଦାଦନ ଜନ୍ମ
କହିକି ଦେଲ ପ୍ରଭୁ
ଗୀତ… ଶୁଣ ରେ ଦାଦନ ଶୁଣ
କହୁଚି ମୁଁ ଯାହା
ଯାହା  ଲେଖି ଅଛି ଭାଗ୍ୟ
ଭୋଗିବୁ ତୁ ତାହା
ଦୁଃଖ କାହିଁ ପାଇଁ ରେ…
ଦୁଃଖ ସହିଲେ ପାରିବୁ ଜିଇଁ ରେ
କରୋନା ରୋଗରୁ ମୁକ୍ତି
ପାଇବାକୁ ହେଲେ
ସଜାଗ ରହିବ ସଦା
କାମ କାର୍ଯ୍ୟ କଲେ
ନାହିଁ ଅନ୍ୟ ପନ୍ଥା ରେ…
ନହେଲେ ରୋଗରେ ହେବୁ ଗୁନ୍ଥା ରେ
ମୁହଁରେ ବାନ୍ଧିବୁ ମାକ୍ସ
ରଖିବୁ ଦୂରତ୍ୱ
ବାରମ୍ବାର ସାବୁନୁରେ
ଧୋଇ ଥିବୁ ହାତ
ମୋର ନାହିଁ ଓଷ ରେ.
କହ ତୁ କରିପାରିବୁ କିସ ରେ…
ଏହା ଜାଣି ସରକାର
କଲେ କଟକଣା
ନ କରିଲେ ଜନେ ସବୁ
ହେବେ ବାଟବଣା
ରୋଗ ଯିବ ବଢି ରେ…
ଦେଶ ମେରୁଦଣ୍ଡ ଯିବ ଛିଡି ରେ…

ତେଣୁ ରେ ମୋର ଦାଦନ ଶ୍ରମିକ ଭାଇ ଦେଶର ଜଣେ ନାଗରୀକ ହିସାବରେ
ଦେଶ ସୁରକ୍ଷା ନିୟମ ପାଳିବା ଆମର ପ୍ରଧାନ କର୍ତ୍ତବ୍ୟ ଓ ପରମ ଧର୍ମ ମଧ୍ଯ

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
9861889305


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ