ଅମ୍ପନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଅମ୍ପନ ମୁହିଁ ଅମ୍ପନ
. ଚାପ ବଳୟ ସ୍ରୁଷ୍ଟି କଲା ମୋତେ
ଅନ୍ତରୀକ୍ଷେ ହେବ କମ୍ପନ
ସାଗର ବେଳାର ବୁକୁପରେ
ବାଳୁତ ଚପଳ. ଭାବନା କୁ ନେଇ
ଖେଳୁଛି ପବନ ଭଉଁରୀରେ
ମୋର ଏକ ଭାଇ କରୋନା
ତାଣ୍ଡବ ରଚିଛି ସାରା ଭୂ ମଣ୍ଡଳେ
ଜନ ଙ୍କୁ ଦେଉଛି ଯାତନା
ହନ୍ତ ସନ୍ତ ଏବେ ସର୍ବ ଜନ
କରୋନା ଭୟରେ ଲୁଚି ରହିଛନ୍ତି
ସଂଘ ରୋଧ ଗୃହ, ସଦନ
ପାଇଲେ ଯେବେ ମୋ ବାରତା
ଜନ୍ମ ନେଲି ବୋଲି ମହା ସାଗରରେ
ଅନେକ ଙ୍କ ବୁଡିଗଲା ଚେତା
ରହିଥାନ୍ତି ବହୁ ତାଣ୍ଡବର
ଦଣ୍ଡକ ମଧ୍ୟରେ ବିରାଟ ଭୂଖଣ୍ଡ
କରି ଦେଇଥାନ୍ତି ଛାରଖାର
ଭାଙ୍ଗି ଥାନ୍ତା ବହୁ ଅଟ୍ଟାଳିକା
ମହା ମହା ଦ୍ରୁମ ଲୋଟି ପଡିଥାନ୍ତେ
ଜାଗି ଥାନ୍ତା ମରଣ ର ଦକ୍କl
ତାହା ଜାଣି ମୋର ଭାତୃ ଗଣ
ମୋ ଗତିପଥ କୁ. ବଦଳାଇ ଦେଲେ
ସିନ୍ଧୁ ରେ ଚାଲିବି ପ୍ରତି କ୍ଷଣ
ପଞ୍ଚ ଦେବେ କଲେ ଦୟାଭାବ
କେତେ ଦୁଃଖ ଅଉ ମାନବ ଙ୍କୁ ଦେବେ
କରିଦିଅ କିଛି ଲାଘବ
ସାଗର ବୁକୁରେ ଘୁରି ଘୁରି
ଆଗକୁ ଆଗକୁ. ପାଦ ବଢାଇଲି
ଭିଜାଇ ଭୂଖଣ୍ଡ ଘନ ବାରି
ଟଳି ଗଲା ବାତ୍ୟା ବିପଦ
ତଥାପି ଭୂଖଣ୍ଡ ସ୍ପର୍ଶ କଲା ପରେ
ରୋଧୀ ହେବ ଯେବେ ଗତିପଥ
ମାନବ, ପ୍ରକୃତି ଦିର୍ଘ ସ୍ଥାୟୀ
ମୋ ଗତିପଥର ପ୍ରତିରୋଧକଙ୍କୁ
କରିଦେବି ସବୁ ଧରା ସାୟି

