ପ୍ରଣୟ ବଲ୍ଲରୀ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପ୍ରୀତିର ଦୁଲ୍ଲାଳି। ପ୍ରଣୟ କୁ ଭଳି
ମାନସରେ ହୋଇ ଅଧୀର
କଳା ବାଉଦରେ ମେଘ ମାଳ ଦେଖି
ଆନନ୍ଦରେ ହୋଇ ବିଭୋର
ପ୍ରୀତି ପରଶେ
ପ୍ରଣୟରେରେ ଅବା ମଜ୍ଜିଚି
ପାଷାଣ ଦେହରୁ ନିର୍ଝରଣୀ ପରି
ପ୍ରେମମଧୁ କିବା ଝରୁଛି

ନବ ପଲ୍ଲ ବିତ।  କୁସୁମ ଶୋଭିତ।
କୋକିଳ ର ମଧୁ ସୁରରେ
ଯମୁନାର ଜଳ   ହୁଏ ଆନ୍ଦୋଳିତ
ଉଛୁଳ। ଯୌବନ ଜୁଆରେ
ପ୍ରୀତି ଦୂଲ୍ଲାଲୀ
କଟି ମେଖଳା କୁ ନାଚାଇ
ସଚ୍ଚିଦାନନ୍ଦ କୁ    ଅକ୍ନଠ ପାନରେ
ନିଜକୁ ଦେଇଛି ହଜାଇ

ନିତମ୍ବ ବିଣ।ରେ ଅଙ୍ଗୁର ପରଶେ
ସୃଷ୍ଟି କରେ ସ୍ୱର ଝଙ୍କାର
ମେଘ ମାହ୍ଳର୍ ର ରାଗିଣୀ ସୂରରେ
ବକ୍ଷୋଜ ତବଲା ର ସ୍ୱର
କରେ ବରଣ
ଆସ ଗୋ ପ୍ରଣୟ ବଲ୍ଲରୀ
ଅଜଣା ପୁରକୁ     ଗମନ କରିବା
ଦେଖ ଡାକୁଚି ହାତ ଠାରି

ନୀଳ ସିନ୍ଧୁ ନୀଳ। ଦିଗବାଳୟ ଧାରେ
ପ୍ରଶାନ୍ତ ସୁଷମା ପ୍ରସାରି
ନିଘଞ୍ଚ ବନାନୀ       କୃଷ୍ଣ କାଦମ୍ବିନୀ
ଅଙ୍ଗେ ଅଙ୍ଗ ଦିଅ ବିସ୍ତାରି
କରେ କରକୁ
ଯୋଡି କର ନମସ୍କାର କୁ
ପ୍ରକ୍ରତି ପୁରୁଷ     ଏକାକାର ହୋଇ
ପାନ ମଧୁର ପିଉସ କୁ

ଦିଗନ୍ତ ବିସ୍ତାରି।    ନିଳଗିରି ଶୃଙ୍ଗ
ଡାକେ ନିତ୍ୟ ବହୁ ବିସ୍ତାରି
ଝର ଝର ଝରି       ସ୍ୱଚ୍ଛ ନିର୍ଝରଣୀ
ସ୍ୱର୍ ତୋଳେ ହୃଦ ବଲ୍ଲରୀ
ପ୍ରିତୀ ମୟୁଖ
ପରଶଇ କରି କଳ।ପ
ହୃଦୟ ରେ ତୋଳି     ବସନ୍ତ ପବନ
ମୃଦୁ ମୃଦୁ ର ଭୂମିକମ୍ପ

Leave a Reply

Your email address will not be published. Required fields are marked *