ପ୍ରାରବ୍ଧ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ତରୁ ଲତା ଘେରା. ନିପଟ ପଲ୍ଲୀରେ
ଥିଲା ଏକ କ୍ଷୁଦ୍ର ବନ
ସେହି କ୍ଷୁଦ୍ର ବନେ. ଉଭା ହେଲା ଦିନେ
ବlସର ବୃକ୍ଷ ଚନ୍ଦନ
କ୍ଷୁଦ୍ର ବନେ ଥିଲେ. ତରୁ ଲତା ଯେତେ
ପୁଳକିତ ଅନୁରାଗେ
ଚନ୍ଦନ ସୁଗନ୍ଧ. ଶୀତଳତା ଗୁଣ
ଭରିଯିବ ଚଉଦିଗେ
ଚନ୍ଦନ ଭାବିଲା. ଧନ୍ୟ ମୋ ଜୀବନ
ଆଦରି ଲେ ପୁରବାସୀ
ତାଙ୍କରି ସେବାରେ. ନିତି ଦିବସରେ
ସେବା କୁ ଦେବି ପରଶି
ସୁଗନ୍ଧ କୁ ମୋର. ବିତରିବି ନିତି
ଔଷଧ ଗୁଣକୁ ବହି
ମୃଦୁ ମଳୟରେ ମହାକାଇ ଦେବି
ଜନମ ସାର୍ଥକ ପାଇଁ
ସମୟ ସୁଅରେ. କଣ୍ଡୁବିଛୁ ବୃକ୍ଷ
ଉଙ୍କୁରି ଉଠି ସମୀପେ
ଶାଖା ପ୍ରଶାଖା କୁ. ବିସ୍ତାର କରିଲା
ଚନ୍ଦନ ଉପରେ ଆପେ
ଚନ୍ଦନ ର ଗୁଣ ମହକରେ ନିତି
ଭରିଦେଲା କଣ୍ଡୁ ରେଣୁ
ଅଭାଗା ଚନ୍ଦନ. କିଂ କର୍ତ୍ତବ୍ୟମୂଢ
ହୋଇଗଲା ଜlଣୁ ଜାଣୁ
ବଞ୍ଚିବl ତାହାର. ନିରର୍ଥକ ହେଲା
ବିହି କିବା ଥିଲା ଲେଖି
ପ୍ରାରବ୍ଧ କର୍ମର. ଫଳ କି ଭୋଗୁଛି
ଦେଖିଲା ସଭିଙ୍କ ଆଖି
ସେ ବିଷ ବୃକ୍ଷ ର କର୍କଶ ଜ୍ୱାଳାରେ
ଦଗ୍ଧୀଭୂତ ହେଲା ତନୁ
ବିଷାକ୍ତ ହୋଇଲା ଚନ୍ଦନ ମହକ
କ୍ଷତ କଲା କଣ୍ଡୁ ରେଣୁ
ବିଛୁବୃକ୍ଷ ଡରେ. ନପଶିଲେ ପାଶେ
କୀଟ ପତଙ୍ଗ ଆବର
ଶ୍ମଶାନ ତୁଳସୀ. ପରାୟେ ବଞ୍ଚିଲା
ନ ପାଇ ସ୍ନେହ ଆଦର
ହିତlକାଂକ୍ଷି ଯେତେ ଛାଡିଚାଲିଗଲେ
ନ ପଶିଲେ କେହି ପାଶ
କରମ ଆଦରି. ଗୁମୁରି କାନ୍ଦିଲା
ଏ ନିଜ ଭାଗ୍ୟ ର ଦୋଷ
ଫୁଲ ଯୋଗୁ ପଟ. ନିସ୍ତାର ପାଇବ
ଲେଖି ଥିଲା ଯାହା ବିହୀ
ବିପରୀତ ଘଟି. ଚନ୍ଦନ ମହକ
ନପାଇ ପାରିଲେ କେହି
ଧୂମକେତୁ ଏକ ଦୃଶ୍ୟ ହେଲା ଅଶି
ଭାଗ୍ୟ ଆକାଶ ରେ ତାର
ଉଦ୍ଧାର ନିମିତ ହାହାକାର କରି
କରୁଛି ଆର୍ତ୍ତ ଚିତ୍କାର
ବିନା ଦୋଷେ ଦଣ୍ଡ. ଭୋଗୁଅଛି ଯିଏ
ନିଶ୍ଚେ ଏ ପ୍ରାରବ୍ଧ ଫଳ
ଧାର୍ଯ୍ୟ ଚ୍ୟୁତ ନୋହି କର୍ମ କରିଗଲେ
କାଳେ ସୁଫଳ ଆଣିବ କାଳ

କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
