ଆମେ ରେ ସବୁ ଓଡ଼ିଆ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆମେ ରେ ସବୁ ଓଡ଼ିଆ
ଓଡିଶା ଆମ ଜନମ ମାଟି
             ଲାଗୁଚି କେତେ ବଢିଆ
ଏହି ମାଟିର ପାଣି ପବନ
ଗଢ଼ି ତୋଳିଛି ଆମ ଜୀବନ
ଛୋଟରୁ ବଡ କରିଲା ଯିଏ
ତାହାକୁ ଭୁଲି ପାରିବ କିଏ
ବିପଦ ବେଳେ ତାଠାରୁ ଦୂରେ
            ଲାଗୁଚି ଭାରି ଅଡୁଆ…

ପେଟର ଭୋକ ମାରିବା ପାଇଁ
ଯାଉଚୁ ସିନା ବିଦେଶ ଧାଇଁ
ମାଟି ମାଆ ର ମମତା ଡୋର
ଟାଣି ଆଣିଲା ଆମରି ଘର
ଏହି ମାଟି ରେ ଗଢି ଛୁ ପରା
              ଆମର ବାସ କୁଡ଼ିଆ..

କାହୁଁ ଆସିଲା ଦୁଃସାଧ୍ୟ ରୋଗ
ଯେତେକ ଦୁଃଖ କରିଲେ ଭୋଗ
କର୍ମ ସଂସ୍ଥାନ ଉଜାଡି ଦେଲା
ଯାତାୟତ ର ପାଥ ରୋଧୀଲା
ପେଟକୁ ମୁଠେ ନପାଇଁ ଦାନା
             ଦିଶୁ ଛୁ ଭାରି ଧଡ଼ିଆ…

କରୋନା ସିନା ମାରିଲା ନାତ 
ଛଡାଇ ନେଲା ଆମରି ଭାତ
କାମ ଧାମର ଅଭାବ ହେଲା
ସହି ହେଲାନି ଭୋକର ଜ୍ୱାଳା
ବୀର ଓଡିଆ କର୍ମଠ ଆମେ     
        ନୋହୁଁ ରେ ଆମେ କୋଡ଼ିଆ…

କରୋନା ସହ ଲଢ଼ିବା ପାଇଁ
ଆସିଚୁ ଆମେ ଶପଥ ନେଇ
ସାମାଜିକ ର ଦୂରତା ରଖି
ସଂଘ ରୋଧର ରାସ୍ତା ପରଖି
ଚଳିବୁ ଏଠି ଶୃଙ୍ଖଳା ରଖି
           ନହେବା ଜମା ତେଢୁଆ..

ଆସ ରେ ସବୁ ଶପଥ ନେବା
ଦାଦନ ଖଟି ଅଉ ନ ଯିବା
ମାଟିକୁ ତାଡି ଉଜାଡି ଶ୍ରମ
ଗଢ଼ିବା ଏଠି ଶିଳ୍ପ ସଂସ୍ଥାନ
ଶ୍ରମ ନିଯୁକ୍ତି ସ୍ରୁଷ୍ଟି କରିବା
ନ ରହିବା କେ ପଡିଆ

ଉନ୍ନତ ଆମ ଶିକ୍ଷା ସଂସ୍କୃତି
ଚାଲି ଚଳନ ମାର୍ଜିତ ଅତି
ଓଡ଼ିଆ ଜାତି ସଂସ୍କାର ଦେଖ
ସାରା ବିଶ୍ୱ ରେ ରହିଚି ଟେକ
ସଭିଙ୍କ ମୁଖେ ପ୍ରଶଂସା  ପାଉ
             ଲାଗୁଚି ବୋଲି ବଢିଆ.  .
କେତେ ସୁନ୍ଦର ଓଡିଆ ଭାଷା
ସମ୍ବୋଧନରୁ ଦାଦା ମଉସା
ଯିଏ ଶୁଣୁଛି ଖୁସି ହେଉଛି
ସ୍ନେହ ଶରଧା ବାଣ୍ଟି ଦେଉଛି
ଗର୍ବରେ ସର୍ବେ କହନ୍ତି ପରା
           ଓଡ଼ିଆ ଜାତି ଲଢ଼ୁଆ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ