ସମ୍ପୂର୍ଣ୍ଣା
*ସମ୍ପୂର୍ଣ୍ଣା*
********
କେଉଁ ରଙ୍ଗ ତୂଳୀର ଅନୁପମ ସ୍ପର୍ଶରେ
ତୁମ ପଟ୍ଟଚିତ୍ର ଆଙ୍କିବି ହେ ସମ୍ପୂର୍ଣ୍ଣା
ତୁମ ଦିବ୍ୟ ରୂପ ଦର୍ଶନରେ
ସ୍ୱୟଂ ଭଗବାନ ପରା ଫୁଙ୍କନ୍ତି ପ୍ରେମ ବଂଶୀ
ପାଇବାକୁ
ତୁମ ରୂପ ଲାବଣ୍ୟର ଅନୁପମ ସାନ୍ନିଧ୍ୟ।
କେଉଁ ଶବ୍ଦ ଧାତୁର ଅପୂର୍ବ ମିଳନରେ
ତୁମ ଭାଷା ଶାସ୍ତ୍ର ବର୍ଣ୍ଣିବି ହେ ସଂପୂର୍ଣ୍ଣା
ତୁମ ଗଳ୍ପ,କବିତା,ପ୍ରବନ୍ଧର ଝଲକ ମହକରେ
ସ୍ୱୟଂ ବ୍ୟାସ-ଭଞ୍ଜ ପରା ହୁଅନ୍ତି ଆତ୍ମବିଭୋର
ଆଶ୍ଚର୍ଯ୍ୟ ହୁଅନ୍ତି ଭାଳି ଦିବାରାତ୍ର
ସଂକଳ୍ପ କରନ୍ତି କରିବାକୁ
ତୁମ ବ୍ୟକ୍ତିତ୍ୱର ପରିମାପ।
କେଉଁ ଆଚାର ବିଚାରର ସମ୍ମିଳିତ ଆବେଗରେ
ତୁମ ଆକର୍ଷଣକୁ ଉପଲବ୍ଧି କରିବି ହେ ସଂପୂର୍ଣ୍ଣା
ତୁମ ସ୍ନେହ,ପ୍ରେମ,ପ୍ରୀତିର ମଧୁବୋଳା ଆକର୍ଷଣରେ
ଜ୍ଞାନୀ ଗୁଣୀ ପରା ହୁଅନ୍ତି ସ୍ତବ୍ଧ
କଳି ପାରନ୍ତିନି ତୁମ ଅକଳନ ମାହାକର୍ଷଣ ଲବ୍ଧାଙ୍କ
ଭୟ ବି କରନ୍ତି ପଠାଇବାକୁ ହୃଦଲେଖା ପ୍ରେମପତ୍ର
ସମ୍ମାନ ଦିଅନ୍ତି ଅକ୍ଷୁର୍ଣ୍ଣ ରଖିବାକୁ
ତୁମ ଅବର୍ଣ୍ଣନୀୟ ପ୍ରତିଭାଶାଳୀ ପ୍ରତିଭା ।
