କବିତା – ବେଳାଭୂମି – ତପନ ଦୀକ୍ଷିତ (ବେଳାଭୂମି)

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ହେ ବନ୍ଧୁ !
ସୁଖ ଦୁଃଖ ଭରା ସାଗର କୂଳର
ଯିଏ ଏକ ବେଳାଭୂଇଁ
ଚେତନା ଯେଉଁଠି ସ୍ଵପ୍ନ ପାଲଟେ
ସୁସୁପ୍ତ ଉଠେ ଚେଇଁ,
ଯେଉଁଠି ଶବ୍ଦର ତରଙ୍ଗ ଲହରେ
କବିତାର ବୁକୁ ଚୁମି
ଏଇ ସେଇ ବନ୍ଧୁ ଆପଣଙ୍କ ସ୍ନେହୀ
ଅକିଞ୍ଚନ ‘ବେଳାଭୂମି’,
କ୍ଲାନ୍ତ ପଦର ସ୍ମୃତି ଚିହ୍ନ ତୁମ
ଏ ବେଳାରେ ଛାଡି ଯାଅ ,
ମନର ଅକୁହା କଥା ସବୁ ତୁମେ
ଥରେ ବସି ଭାବି ଯାଅ ,
ପ୍ରୀତିର ମଦିରା ବାଣ୍ଟି ଯାଅ ଏଠି
ସପନର ପିଆଲାରେ
ଗାଇ ଯାଅ ଏଠି ମେଘ ମଲ୍ହାର
ଜୀବନର ସାତସୁରେ ,
ମଳୟରେ ଖେଳୁ କଦମ୍ବର ବାସ
ନିଆରା ସ୍ୱପ୍ନିଳ ଗନ୍ଧ
ବଞ୍ଚିବାର ଏକ ନୀରବ ପ୍ରେରଣା
ଜୀବନର ମଧୁ ଛନ୍ଦ ।।

ରଚନା : ତପନ ଦୀକ୍ଷିତ (ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର,ଓଡ଼ିଶା ପୁରୀ ଦୂରଭାଷ : 9537400744


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ