ସମାଜର ସାଂପ୍ରତିକ ସ୍ଥିତି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଈଶ୍ୱରଙ୍କର ସୃଷ୍ଟି ଅତି ମନୋହର ଓ ସୌନ୍ଦର୍ଯ୍ୟ ପୂର୍ଣ୍ଣ l ସେ ଜଗତ ଗଢିଲେ, ସମାଜ ସୃଷ୍ଟି କଲେ l ସବୁ ପ୍ରାଣୀଙ୍କ ଠାରୁ ମନୁଷ୍ୟଙ୍କୁ କଲେ ଉନ୍ନତ l ବୁଦ୍ଧି, ବିଦ୍ୟା, ଜ୍ଞାନ ଦେଇ କର୍ମ ଶୀଳ କରାଇଲେ l ମନୁଷ୍ୟର କର୍ମ ତତ୍ପରତା ବଢିବା ସଙ୍ଗେ ସଙ୍ଗେ ବିଜ୍ଞାନ ଆଗେଇ ଚାଲିଲା ନୂଆ ଉଦ୍ଭାବନ, ନୂଆ ଆବିଷ୍କାର ହେଲା l ସମାଜ ପ୍ରଗତି ପଥରେ ଆଗେଇ ଚାଲିଲା l ବିଶ୍ୱ ହେଲା ଉନ୍ନତ l କିନ୍ତୁ ସବୁ ଗୋଟିଏ ପଟରେ, ପେଟର ଜ୍ୱାଳା ଗୋଟିଏ ପଟରେ l
କର୍ମ କ୍ଷେତ୍ର ଏ ଦୁନିଆ l ପେଟ ପାଇଁ ସବୁ ଏଠି ନାଟ l କିଏ ପାଠ ପଢି ଉଚ୍ଚ ଡିଗ୍ରୀ ଧରି ନିଜ ଗାଁ, ନିଜ ରାଜ୍ୟ, ନିଜ ଦେଶ ଛାଡ଼ି ବିଦେଶକୁ ଚାକିରୀ କରିବାକୁ ଯାଆନ୍ତି ତ କିଏ ଦାଦନ ଶ୍ରମିକ ହୋଇ ନିଜ ଭିଟା ମାଟି ଛାଡ଼ି ଅନ୍ୟ ରାଜ୍ୟ, ଅନ୍ୟ ଦେଶକୁ କାମ କରିବାକୁ ଯାଆନ୍ତି l ଭୁଲି ଯାଆନ୍ତି ଘର ପରିବାର l ନିଜ ଗାଁ, ନିଜ ପିତା ମାତା ଓ ନିଜ ଭଉଣୀକୁ l ସେହିଠାରେ ରହି କର୍ମ ଜୀବି ହୁଅନ୍ତି l ସୁଖରେ ନିଜେ ଗଢ଼ିଥିବା ସଂସାର ଚଳାନ୍ତି l କେତେବେଳେ କେମିତି ଆସି ବୁଲି ଯାଆନ୍ତି l ବୃଦ୍ଧ ପିତା ମାତା ବର୍ଷ ବର୍ଷ ଧରି ଏକୁଟିଆ ରହି ପୁଅର ଆସିବା ପଥକୁ ଅନାଇ ରହନ୍ତି l ଆଖିରୁ ଲୁହ ଝରlନ୍ତି l
ଆଜି ସମାଜର ସlମ୍ପ୍ରତିକ ସ୍ଥିତି ବିଗିଡି ଯାଇଛି l ସମାଜର କାଳ ଚକ୍ର ଆଜି ଆସିଛି କରୋନା ରୂପି ଦାନଵ ସାଜି l ଗ୍ରାସୁଛି ଗୋଟିଏ ଦେଶରୁ ଅନ୍ୟ ଦେଶକୁ l ଭାରତକୁ ମିଶାଇ ଦୁଇ ଶହ ବlରରୁ ଅଧିକ ଦେଶ ଆଜି କରୋନାରେ ଆକ୍ରାନ୍ତ l ସାରା ବିଶ୍ୱ ଆଜି କରୋନା ଭୁତାଣୁ ଆତଙ୍କରେ ହା -ହା କାର ମୟ l କରୋନା ରୂପି ରାକ୍ଷସ ହଜାର ହଜାର ଲକ୍ଷ ଲକ୍ଷ ମୁଣ୍ଡ ଗ୍ରାସ କରୁଛି l ତାଣ୍ଡବର ଲୀଳା କରୁଛି ମହାମାରୀ ରୂପରେ l ଯେଉଁ ପେଟ ପାଇଁ ସ୍ବଦେଶୀ ଯାଇଥିଲା ବିଦେଶ, ସେଠି ଆଜି କାମ ବନ୍ଦ, କମ୍ପାନୀ ବନ୍ଦ l ଯେଉଁ ଅର୍ଥ ଥିଲା ପାଖରେ ଚଳିବାରେ କିଛି ଦିନ ଗଲା l ପେଟର କ୍ଷୁଧା ଆଜି ଅସ୍ତ ବ୍ୟସ୍ଥ କରାଉଛି ଅନ୍ନ ମୁଠେ ପାଇଁ l ସରକାରଙ୍କର ନିୟମ କରୋନା ପାଇଁ ସତର୍କ ଘଣ୍ଟି lପରସ୍ପର ମଧ୍ୟରେ ଦୂରତା ରଖ, ଘରେ ରୁହ, ସୁସ୍ଥ ରୁହ l ବାହାରକୁ ଗଲେ ମୁଖରେ ମାକ୍ସ ପିନ୍ଧ l ସବୁତ ଠିକ l ପେଟର ଜ୍ୱାଳାକୁ ଅଟକାଇବ କିଏ ? ଆମ ଓଡିଶା ସରକାର ଗରୀବ ଲୋକ ମାନଙ୍କୁ କିଛି ଟଙ୍କା ଏକାଉଣ୍ଟକୁ ପଠାଇଛନ୍ତି l ଡାଲି, ଚାଉଳ, ଗହମ ଦେଇଛନ୍ତି l କିନ୍ତୁ ତାହା ସମୁଦ୍ରକୁଶଙ୍ଖେ ଭଳି l ସାରା ଦେଶ ଲକ ଡାଉନ, ସଟ ଡାଉନ ହେଉଛି l ଚକ ଅଖ ସବୁ ବନ୍ଦ, ଦୋକାନ ବଜାର ସବୁ ବନ୍ଦ l ଶିକ୍ଷା ଅନୁଷ୍ଠାନ, ସବୁ ଅଫିସ ବନ୍ଦ l କେତେକ କମ୍ପାନୀ ମାଲିକ କିଛି କର୍ମ ଚାରୀଙ୍କୁ ଘରଙ୍କୁ ପଠାଇ ଦେଲେ l କେତେକ କର୍ମ ଚାରୀଙ୍କୁ ଘରେ ରହି କାମ କର ବୋଲି ଆଦେଶ ଦେଲେ l ତିନି ଲକ ଡାଉନ ସରିଲା l ଚାରି ଲକ ଡାଉନ ମଇ ମାସ ଏକତିରିଶି ତାରିଖ ପର୍ଯ୍ୟନ୍ତ ବଢିଲା l ସେଥିରେ କେତେକ ନିୟମ କୋହଳ ହୋଇଛି l ଆନ୍ତର୍ଜାତିକ ଓ ଘରୋଇ ବିମାନ ସେବା ବନ୍ଦ ରହିବ l ଇତ୍ୟାଦି ଇତ୍ୟାଦି l ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ବାହାରେ ଯାତାୟତ କରି ପାରିବେ ନାହିଁ l କର୍ଫ୍ୟୁ ଜାରି ( 144 ଧାରା )ହୋଇଛି l
ଦେଶ ବାସୀ ବାହାର ରାଜ୍ୟରେ ବା ବାହାର ଦେଶରେ ରହିଛନ୍ତି l କାମ ବନ୍ଦ ଯୋଗୁଁ ଭୋକ ଉପାସରେ ଦିନ କାଟନ୍ତି l ନିଜ ଗ୍ରାମକୁ ନିଜ ଘରକୁ ଫେରିବାକୁ ବିକଳ ହୁଅନ୍ତି l ସରକାରଙ୍କୁ ଗୁହାରୀ କରନ୍ତି l ପ୍ରଥମେ ଓଡିଶା ସରକାର ସୀମା ସିଲ କରି ଥିଲେ l ଯିଏ ଯେଉଁ ରାଜ୍ୟରେ ବା ଦେଶରେ କାମ କରୁଛନ୍ତି, ସେମାନେ ସେଠାରେ ରୁହନ୍ତୁ l ସେମାନଙ୍କର ରହିବା ଖାଇବାର ବ୍ୟବସ୍ଥା କରାଯିବ l ତାହା କେତେ ଦୂର ସଫଳ ହେଲା ଭଗବାନ ଜାଣନ୍ତି l ପ୍ରବାସୀ ଓଡ଼ିଆ ଓଳିଏ ଖାଇଲେ ଓଳିଏ ନାହିଁ l ଗାଡି ମୋଟର ବନ୍ଦ ଯୋଗୁଁ କେତେକ ଲୋକ ପାଦରେ ଚାଲି ଚାଲି ଶହ ଶହ କି. ମି. ଅତିକ୍ରମ କରି ଘରକୁ ଫେରୁ ଥିଲେ l ଶ୍ରମିକ ମାନଙ୍କର ବିକଳ ପ୍ରାର୍ଥନା ଶୁଣି ଆମ ସରକାର ବସ, ଟ୍ରେନ ଯୋଗେ ସେମାନଙ୍କୁ ନିଜ ନିଜ ଗ୍ରାମକୁ ଫେରାଇ ଆଣି ଥିଲେ l ସେମାନଙ୍କ ପାଇଁ ଚଉଦ ଦିନ
କରେଣ୍ଟlଇନରେ ରହିବାର ବ୍ୟବସ୍ଥା କଲେ lପ୍ରବାସୀ ଓଡ଼ିଆଙ୍କର ରକ୍ତ ନମୁନା ପରୀକ୍ଷା କରିବାର ବ୍ୟବସ୍ଥା କଲେ l କିଏ ହୋମ କରେଣ୍ଟl- ଇନରେ ରହିଲେ ତ କିଏ ସରକାରୀ କରେଣ୍ଟl ଇନରେ ରହିଲେ l ଯେଉଁ ପ୍ରବାସୀ ଓଡ଼ିଆ ନିଜ ଘରକୁ, ନିଜ ଗ୍ରାମକୁ ବହୁ କଷ୍ଟରେ ଫେରିଲେ, ସେମାନଙ୍କ ମନର ଅବସ୍ଥା କିପରି ଥିବ, କେତେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କର ବୁଝିବା ପାଇଁ ଧୈର୍ଯ୍ୟ ନାହିଁ l ଜାଣିବା ପାଇଁ ଦକ୍ଷତା ନାହିଁ l ସେମାନଙ୍କୁ ସହାନୁଭୂତି ବଦଳରେ ଦୁର୍ବ୍ୟବହାର କରନ୍ତି l ପ୍ରବାସୀ ଦାଦନ ଶ୍ରମିକ ହେଲେ ବି ସେମାନେ ଆମ ଉତ୍କଳ ମାଟିର ସନ୍ତାନ l ସଖା ସହୋଦର l ପଡୋଶୀ l ରୋଗକୁ ନୁହେଁ, ରୋଗୀକୁ ସେବା ଯତ୍ନ କର l ମାନବ ସେବା ହିଁ ଈଶ୍ୱର ସେବା l
ସକଳ ଘଟେ ନାରାୟଣ
ତାଙ୍କୁ ନ କର ହୀନିମାନ l
ଗୋଟିଏ ବିପତ୍ତି ଶେଷ ନ ହେଉଣୁ ଆଉ ଗୋଟିଏ ବିପତ୍ତି ମାଡି ଆସୁଛି ଅମ୍ପନ ରୂପରେ l ତାର ଭୟଙ୍କର ରୂପ ଭାଙ୍ଗି ଦେଇଛି କେତେ ଘର ଦ୍ୱାର l କେତେ ଘରର ଛାତ ଉଡି ଯାଇଛି ଆକାଶ ମାର୍ଗରେ l ଗଛ ଡାଳ ଭାଙ୍ଗିଛି, ଇଲେକଟ୍ରି ତାର ଛିଣ୍ଡି ରାସ୍ତା ଅବରୋଧ ହୋଇଛି l ପ୍ରକୃତି ନେଉଛି ଉଗ୍ର ରୂପ l ସମୁଦ୍ର ହେଉଛି ଅଶାନ୍ତ l ଖାଦ୍ୟ, ବସ୍ତ୍ର, ବାସଗୃହ ହରା ମାନବ ଆଖିରେ ଲୁହ, ଅନ୍ତରର କୋହ ଓ ପେଟର ଜ୍ୱାଳାକୁ ପୁଣି ସହିବ l ବଂଚିବା ପାଇଁ ମନୁଷ୍ୟ ରାହା ଖୋଜିବ l ଅସଜଡ଼ା ଘରକୁ ପୁଣି ସଜାଡ଼ିବ l ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ପ୍ରକୃତି ନିକଟରେ ସେ ସବୁ ବେଳେ ଛୋଟ ହୋଇ ରହିବ l
” ଜୀଵନ ଅଛି ଯେତେ ଦିନ
ବଂଚିବା ପାଇଁ ହୁଏ ମନ
ଜୀଵନ ଯୁଦ୍ଧ ଯେ ମହାନ
ସଂଗ୍ରାମେ କଟେ ତାର ଦିନ ”

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର, ମୋ :8658655979

Leave a Reply

Your email address will not be published. Required fields are marked *