କ୍ଷୁଦ୍ରଗଳ୍ପ – ମିଛ ସମ୍ପର୍କ – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଶୂନଶାନ ରାତି l ସାରା ସହରଟା ନିଦ୍ରା ଦେବି କୋଳରେ ଆଶ୍ରୟ ନେଇ ଛନ୍ତି, ହେଲେ ନିଦ ନାହିଁ ଆଡ଼ଭୋକେଟ ରମାକାନ୍ତ ଚୌଧୁରୀ ଙ୍କ ମଝିଆ ବୋହୁ ଦୀପାଳି ଆଖିରେ lଶ୍ରାବଣର ସବୁତକ ବର୍ଷା ଦୀପାଳି ଆଖିରେ ଲୁହ ହେଇ ଝରୁଛି l ଚାପି ପାରୁନି ସେ ମନର କୋହ lଏଇ ସମୟରେ ଘଂଟାରେ 12 ଟା ବାଜିବାର ଶବ୍ଦ |ଲୁହ ପୋଛି ଠିଆ ହେଲା ସେ, ତାପରେ ଧୀରେ ଧୀରେ ପଦାକୁ ଗୋଡ଼ କାଡି ଏକ ମୁହାଁ ହୋଇ ଚାଲିବାକୁ ଲାଗିଲା l ଆଜି ଯେମିତି ହେଉ ଆତ୍ମହତ୍ୟା କରିବି l ଦୂରରୁ ଶୁଭୁଛି ଜଣେ ସାଧୁ ବାବାଙ୍କର ଗୀତ –

ଏଠି ହସ ମିଛ
ଲୁହ ମିଛ ପ୍ରେମବି ମିଛ
ମିଛ ତଳେ ହଜିଯାଏ ସତ ଅନେକ
ସବୁଠି ଛଳନା ଖାଲି ପ୍ରତାରଣା
ଯୋଉଠି ଦେଖିବଖାଲି ମିଛ ସମ୍ପର୍କ..

ଗୀତ ଶୁଣି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଏବଂ ଆଗରେ ଦେଖା ଯାଉଥିବା ଟ୍ରେନ ଲାଇନ ଆଡକୁ ଦ୍ରୁତ ଗତିରେ ଚାଲିବାକୁ ଲାଗିଲା l ଟ୍ରେନ ଆଗକୁ ଡେଇଁବା ସମୟରେ କେହି ଜଣେ ଟାଣି ଆଣିଲା ଦୀପାଳିକୁ l
ମତେ ଛାଡି ଦିଅନ୍ତୁ ମୁଁ ମରିବାକୁ ଚାହେଁ, ବଞ୍ଚିବାକୁ ଚାହୁଁନି, ପ୍ଲିଜ଼ ମତେ ମତେ ମରିବାକୁ ଦିଅନ୍ତୁ l ଶକ୍ତ ଚାପଡ଼ ଟେ ଦୀପାଳି ଗାଲରେ ବସାଇଲେ ପୁରୁଷ ଜଣକ l ଆଉ କହିଲେ -ଯଦି ମଣିଷ ନିଜ ଇଛାରେ ମରୁଥାନ୍ତା, ବଞ୍ଚୁଥାନ୍ତା ତେବେ ମୁଁ ବି କୋଉ ଦିନଠୁଁ ମରି ସାରନ୍ତିନି, ବୋଧେ ତୁମକୁ ବଞ୍ଚାଇବା ପାଇଁ ମୁଁ ବଞ୍ଚିଛି l କୁହ ତମେ କିଏ, କାହିଁକି ମରିବାକୁ ଚାହୁଁଛ ? ଏଥର ଲୁହକୁ ପଣତରେ ପୋଛି କହିଲା ଦୀପାଳି, ମୋର କାହାରି ସହିତ କିଛି ସମ୍ପର୍କ ନାହିଁ, ଯୋଉ ସମ୍ପର୍କ ନେଇ ମୁଁ ଆଜି ଯାଏ ଦୁନିଆଁ ଦାଣ୍ଡରେ ବାଟ ଚାଲୁଥିଲି ସେ ସବୁ “ମିଛ ସମ୍ପର୍କ “l ପୁରୁଷ ଜଣକ ଆଶ୍ଚର୍ଯ୍ୟ ହୋଇ କହିଲେ ମାନେ !ଲୁହ ପୋଛି କହିଲା ଦୀପାଳି -ମୋର ବାପା ମାଆ କିଏ ମୁଁ ଜାଣିନି, ଯାଜପୁର ଜିଲ୍ଲାର ଖନନଗର ଗାଆଁର ଜଗବନ୍ଧୁ ଦାସଙ୍କର ମୁଁ ପାଳିତl ଝିଅ ହୋଇ ରହିଥିଲି l ତାଙ୍କର ପୁଅ ଝିଅ ହେଲା ପରେ ମତେ ଆଉ ସ୍ନେହ ମମତା ମିଳିଲାନି,ମାଡ଼ ଗାଳି ଆଉ ଘରର ସବୁ କାମ କରିବାରେ ବେଳ କାଟୁଥାଏ l ଭାରି ଇଛା ଥାଏ ପାଠ ପଢିବାକୁ, ସବୁ କାମ ସାରି ପଢେ l ଭଲ ପାଠ ପଢୁଥିବାରୁ ପ୍ରଧାନ ଶିକ୍ଷକ ଗାଆଁ ପାଖ କଲେଜରେ ନାଁ ଲେଖିଦେଲେ l ବାପାଙ୍କର ଦୂର ସମ୍ପର୍କୀୟ ଭଉଣୀ ଅଞ୍ଜଳି ନାନୀ ତାଙ୍କ ଘରକୁ ବୋଲ ହାକ କରିବାକୁ ନେଇଗଲେ, ତାଙ୍କ ଝିଅ ପଢ଼ା ବହି ଆଣି ପଢିବାକୁ ଲାଗିଲି, ତାଙ୍କ ଝିଅ -କଥା କାଟିନପାରି ଏଇ ରେଭେନ୍ସା କଲେଜରେ +3ଆଡ଼ମିସନ କଲି lଅଞ୍ଜଳି ନାନୀ ର କିଛି ଅଭାବ ନଥାଏ l ମୋର ଆଗ୍ରହ ଦେଖି ପଢିବାକୁ ଦେଲେ l ହେଲେ ଶେଷ ବର୍ଷ ପରୀକ୍ଷା ସରିବା ପରେ ମୁଁ ଆଉ ବେଶି ଦିନ ରହି ପାରିଲିନି l ଟଙ୍କା ଲୋଭରେ ମୋ ପାଳକ ବାପା ମାଆ ମତେ ଏଇ କଟକରେ ଜଣେ ମଦୁଆ, ନଷ୍ଟ ଚରିତ୍ର ହାତରେ ଟେକିଦେଲେ l ସେ କହିଲେ ତମେ ପ୍ରତିବାଦ କଲନି !ଉତ୍ତରରେ ଦୀପାଳି କହିଲା, ହଁ କରିଥିଲି, ସେମାନେ ରାସ୍ତା କଡରୁ ଉଠାଇ ଆଣି ମଣିଷ କରିଥିଲେ, ମୋ ପାଇଁ କିଛି ଟଙ୍କା ଖର୍ଚ୍ଚ କରିଥିଲେ, ତାଙ୍କର ଝିଅ ବାହାଘର କରିବେ ଟଙ୍କା ଦରକାର, ମୁଁ କିଛି କହିପାରିଲିନି, ମାନିନେଲି ତାଙ୍କର ଇଛାକୁ l ମାଆ, ଯିଏ. ଜନ୍ମ ଦେଇ ରାସ୍ତା କଡରେ ଫୋପାଡ଼ି ଦେଇ ଚାଲିଗଲା l ଗୋଟେ ମିଛ ସମ୍ପର୍କର ଖିଆଲି ସୁଅରେ ନିଜ ଦେହର ଭୋକ ମେଣ୍ଟାଇ ମତେ ଛାଡି ଚାଲିଗଲା l ବାପା ବୋଲି ଯାହାକୁ ଭାବୁଥିଲି ସିଏ ମୋର ପାଳକ ବାପା, “ମିଛ ସମ୍ପର୍କ “ର ସାହାରା ନେଇ ବଢିଲି, ଶାଶୁଘର ବୋଲି ଯେଉଁଠି ପାଦ ଦେଲି ସେଠାରେ ମାଡ ଗାଳି ବ୍ୟତୀତ କିଛି ମିଳିଲାନି, କିଛି ମିଳିଲାନି l

ଆଉ ସ୍ୱାମୀ? ପଚାରିଲେ ପୁରୁଷ ଜଣକ l ଆଠ କଳସ ସାତ ଦୀପ ମାଡି, ପବିତ୍ର ହୋମ ନିଆଁକୁ ସାକ୍ଷୀ ରଖି ଯାହାଙ୍କୁ ସ୍ଵାମୀ ବୋଲି ଗ୍ରହଣ କଲି ସେ ମତେ ପ୍ରଥମ ରାତିରେ ଜଣାଇ ଦେଲେ ଯେ ମୁଁ ତାଙ୍କର ସ୍ତ୍ରୀ ହେବାକୁ ଅଯୋଗ୍ୟl l ମଦ ପିଇ ସାରା ରାତି ବାହାରେ କାଟନ୍ତି, ବହୁ ଝିଅଙ୍କ ବାହୁ ବନ୍ଧନରେ ଜୀବନକୁ ଉପଭୋଗ କରନ୍ତି l,” ମିଛ ସମ୍ପର୍କ “ନେଇ ମାଡ ଗାଳି ଖାଇ କେତେଦିନ ଆଉ ବଞ୍ଚି – ପାରିଥାନ୍ତି କୁହନ୍ତୁ? ସେଥିପାଇଁ ମୁଁ ମାରିବାକୁ ଏଇ ଟ୍ରେନ ଲାଇନକୁ ଚାଲିଆସିଲି, ହେଲେ ମରିବାକୁ ଦେଲେନି ଆପଣ, ଆପଣଙ୍କ ପରିଚୟ ଦିଅନ୍ତୁ ଟିକେ l ପୁରୁଷ ଜଣକ କହିଲେ, ମୁଁ ଦୀପକ ଦାସ, ଘର କଟକ ର ସି. ଡ଼ି. ଏ. ରେ l ତମେ ଯୋଉ କଲେଜରେ +3 କରୁଥିଲ ମୁଁ ସେଇ କଲେଜରେ + 3ର ଶେଷ ବର୍ଷ ଛାତ୍ର ଥିଲି, ସେତେବେଳେ ସାରା କଲେଜରେ ତମ ପ୍ରଶଂସା ହେଉଥାଏ l ମୁଁ ତମ ଠାରୁ ଗୋଟେ ବର୍ଷ ସିନିଅର ଥିଲି, ହେଲେ ମନେ ମନେ ତୁମକୁ ଭଲ ପାଉଥିଲି, କହିବାକୁ ଚାହିଁଲେ ବି କହିପାରୁନଥିଲି, କାଳେ ତମେ ବଦନାମ ହେଇଯିବ ସେଇ ଭୟରେ l ଆଶ୍ଚର୍ଯ୍ୟ ହୋଇ ଚାହିଁଲା ଦୀପାଳି l ପରୀକ୍ଷା ସରିଲେ ଏକଥା ତମକୁ ନିଶ୍ଚୟ କହିଥାନ୍ତି, ହେଲେ ତା ହୋଇ ପାରିଲାନି, ପରୀକ୍ଷା ଶେଷ ଦିନ ମୋ ବାପା heart stroke ରେ ଚାଲିଗଲେ, ପରିବାର ଚଳେଇବାକୁ ଗୋଟେ ଅଫିସରେ କିରାଣୀ ଭାବେ ଚାକିରୀ କରି ଲି କିନ୍ତୁ ସାନଭାଇର ପାଠ ପଢ଼ା, ଭଉଣୀ ବାହାଘର ଏସବୁ କରିବା କଷ୍ଟ ହେଇ ପଡିବାରୁ ଆଉ ଗୋଟେ ଗ୍ୟାରେଜରେ କାମ କଲି, ଭଉଣୀକୁ ତା ପସନ୍ଦର ପୁଅ ହାତରେ ଛନ୍ଦି ଦବାକୁ ଯାଇ ତାଙ୍କର ସର୍ତ୍ତ ମାନିନେଲି l ତାଙ୍କର ଝିଅ ସୀମାକୁ ବିବାହ କଲି ହେଲେ ପ୍ରଥମ ଦିନ ଜାଣିଲି ସେ ମଦ ପିଏ, ବହୁ ପୁରୁଷଙ୍କ ବାହୁ ବନ୍ଧନରେ ରାତି କଟେଇବା ତାର ନିତି ଦିନିଆଁ ଅଭ୍ୟାସ, ସେ ଏଠି ରହି ପାରିଲାନି କି ମୁଁ “ମିଛ ସମ୍ପର୍କ “ଭିତରେ ଛଟପଟ ହେଇ ବଞ୍ଚିବାକୁ ଚାହିଁଲିନି, ତେଣୁ ମୁଁ ତାକୁ ଛାଡ଼ ପତ୍ର ଦେଲି, ହେଲେ ତମେ ମୋର ବେଶି ବେଶି ମନେ ପଡୁଥିଲ, କିନ୍ତୁ ତମକୁ ପାଇବି କୋଉଠି!ଖାଲି ଈଶ୍ୱରଙ୍କୁ ଡାକୁ ଥାଏ ପ୍ରକୃତରେ ମୋ ଭଲ ପାଇବା ସତ ହୋଇ ଥିବ ମୁଁ ନିଶ୍ଚୟ ତାକୁ ପାଇବି, ଆଉ ଆଜି ଏଇ ଅବସ୍ଥାରେ ପାଇବାପରେ ମୁଁ ତମୁକୁ କେବେ ମରିବାକୁ ଦେବିନି l ଅତୀତର ସେ କଳଙ୍କିତ ଇତିହାସକୁ ଭୁଲିଯାଇ,ସବୁ ମିଛ ସମ୍ପର୍କକୁ କାଟିଦେଇ ମୋ ହାତ ଧରି ଆସ ଦୀପାଳି l ଲୁହ ପୋଛି ଦୀପାଳି ଦୀପକର ହାତ ଉପରେ ହାତ ରଖି ପାଦବଢ଼ାଇଲା ଆଗକୁ ସବୁ”ମିଛ ସମ୍ପର୍କ” ର ପୂର୍ଣ୍ଣଛେଦ ପକାଇ l ଦୂରରୁ ଶୁଭୁଥିଲା ସେଇ ସାଧୁଙ୍କର ଗୀତ,

ଭୁଲିଯାଅ ସବୁ ମିଛ ସମ୍ପର୍କ
ସେଠି ଅଛି ଖାଲି ଛଳନାର ବିଷ
ଦୁଃଖ ଆଉ ଯାତନା ଅଛି ଅନେକ
ସେ ମିଛ ସମ୍ପର୍କ…..

ଭାରତୀ ସାହୁ, ମାର୍ଫତ -ଦୀପ୍ତିକାନ୍ତ ସାହୁ,
ଯୁନିଦl ପାଟଣା, ଦଶରଥପୁର, ଯାଜପୁର, ମୋ -7855841101


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ