କରୋନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

???? କରୋନା ????
ବାସନ୍ତୀ ଲତା ଜେନା

କରୋନା ଆସିଛି ଆତଙ୍କ ଖେଳାଇ
ଭୟରେ ଜନ ଅଧୀର
ଚୀନରେ ଜନ୍ମିଲା କାୟା ବିସ୍ତାରିଲା
ଖାଇଲା କେତେ ଯେ ନର l 1l
ଶହେ ସତl ବନ ଦେଶେ ପହଞ୍ଚିଲା
ଲୋକେ ଭୟରେ ଆତୁର
କରୋନା ଭୂତାଣୁ ସାରା ବିଶ୍ୱେ ବ୍ୟାପେ
ଲୋକେ ହୁନ୍ତି ହରବର l 2l
ଥଣ୍ଡା କାଶ କଫ ଯାହାକୁ ହେଉଛି
ଏ କୁ ଛୋଟିଆ ନ ଭାବ
ସଙ୍ଗେ ସଙ୍ଗେ ଯାଇ ଡାକ୍ତରୀ ପରୀକ୍ଷା
ନିଶ୍ଚୟ ତ କରୁ ଥିବ l 3l
ମଣିଷଙ୍କ ଠାରୁ ମଣିଷକୁ ଯାଏ
ଏ ଭୂତାଣୁ ଭୟଙ୍କର
ଏରୋଗ ଗ୍ରାସିଲେ ଔଷଧ ମିଳେନି
ନାହିଁ ରୋଗ ପ୍ରତିକାର l 4l
ସାବଧାନତା ଏକ ମାତ୍ର ପନ୍ଥା ଯେ
ସର୍ବେ ସଜାଗ ହୋଇବା
ଧୂଳି ମାଟିରେ କାମ କରୁଥିଲେ
ହାତ ନିତି ଧୋଉଥିବା l 5l
ପାଣି ସାବୁନୁରେ ହାତକୁ ଧୋଇବା
ଅବା ହ୍ୟାଣ୍ଡ ୱାସ ନେଇ
ପାଞ୍ଚ ଛଅ ଥର ଦିନକୁ ଧୋଇବା
ପ୍ରତି କାମ ଶେଷେ ଯାଇ l 6l
ଜନ ଗହଳିକୁ ବର୍ଜନ କରିବା
ଅଥବା ସିନେମା ହଲ
ମନ୍ଦିର ମସଜିଦ ଯିବା ନାହିଁ ଆମେ
ନ ଯିବା ସୋପିଙ୍ଗ ମଲ l 7l
ହାତ ନ ଧୋଇଣ ଆଖି ନାକ ପାଟି
ଏହାକୁ ଛୁଇଁବା ନାହିଁ
ଏ ଭୂତାଣୁ ଅଟେ ମଣିଷ ମାରକ
ସତର୍କ ତାହାରି ପାଇଁ l 8l
ହାତକୁ ହାତ ନ ମିଶାଅ ବାବୁରେ
ହ୍ୟାଣ୍ଡ ସେକ କର ନାହିଁ
କଥା ହେଲା ବେଳେ ଏକ ଫୁଟ ଦୂରେ
ଠିଆ ହୁଅ ବାର୍ତ୍ତା ପାଇଁ l 9l
ବାହାରକୁ ଗଲେ ମାସକୁ ପିନ୍ଧିଣ
ମୁଖ ଘୋଡ଼ାଇଣ ଥିବ
ଛିଙ୍କ କାଶ ହେଲେ ମୁଖରେ ରୁମାଲ
ବ୍ୟବହାର କରୁଥିବ l 10l
ସତର୍କତା ଅଟେ ଆଜିର ମହାନ
କରୋନା ଭୂତାଣୁ ପାଇଁ
କରୋନା ହଟିଲେ ଆଶ୍ବସ୍ତି ମିଳିବ
ଏ କଥା ଭୁଲିବା ନାହିଁ l 11l
ଆହେ ଜଗନ୍ନାଥ ସାହା ହୁଅ ତୁମେ
ଏ ମହା ବିପଦ ପାଇଁ
ତୁମେ ନ ରଖିଲେ ବୁଡିବ ସଂସାର
କରୋନା ଯିବ ତ ଖାଇ l 12l
************
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର l
ମୋ :8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ