ଜଗତ ଜନନୀ ମା
ଜଗତ ଜନନୀ ମା ସରସ୍ବତୀ
ଘେନ ବାରେ ମୋ ପ୍ରଣତି
ବିଦ୍ୟା ପ୍ରଦାୟିନୀ ଅଭୟ ଦାୟିନୀ
ସୁଖ ଦୁଃଖର ତୁହି ମା’ ସାଥି
ଯୁଗେଯୁଗେ ତୋହର ମହିମା
ଉଡେ କୀରତି ଵାନା
ପୂଜା ପାଇଅଛୁ ଏ ପିଠରେ ମା
ମିଳେ ତୋର କରୁଣା
କେମିତି କହିଵି କିବା ବଖାଣିବି
ତତେ କିସ ଅଛପା
ଗୋଲକ ଧନ୍ଦାରେ ଏମିତି ଫସିଛି
ଵୁଦ୍ଧି ହୋଇ ଯାଏ ବଙ୍କା
କାହାକୁ ଡାକିଵି କାହା ସାଥେ ଯିଵି
କାହାକୁ କହିଵି ସାଥି
ଜୀଵନ ଯାତ୍ରା ଏକା ଚାଲିଵାକୁ
ଭାବିଲେ ଡୁବୁଛି ମତି ।
ବସନ୍ତ ପଞ୍ଚମୀରେ ଆସିଛୁ ତୁ ମା
ଭରିଦେ ସଭିଙ୍କ ଝୁଲି
ସତସଙ୍ଗ ସତ କାମନାରେ ହସୁ ଧରଣୀ
ହଟୁ ଦୁଃଖର ଘଡି
ଵିନାଶ ପଛେ ନ ଧାଉଁ କେହି
ଵିକାଶକୁ କରୁ ସାଥି
ଏ ଅଧମ ଦାସ ତୋର ଚରଣେ
ମାଗୁଣୀ ରଖେ ଏତିକି
ତୋର କୃପାରେ ମା ସଵୁ ସମ୍ଭବ
ଅସମ୍ଭବ ତ ନାହିଁ କିଛି
ବିଦ୍ୟାଲୋକେ ହସିବ ଜଗତ
ଅମା ଅନ୍ଧକାର ଯିବ ଘୁଞ୍ଚି ।
ଜମ୍ଵେଶ୍ଵରପୁର, ବାଲେଶ୍ବର
ଦୁରଭାଷ ନଂ-୯୩୩୭୬୮୧୫୨୪
