ଯୁଗଜନ୍ମା ନେତାଜୀ
ଦୁର୍ଦ୍ଦଶ ଫିରିଙ୍ଗିର ଗୁଳିଗୁଳା ଶବଦେ
ଥରି ଉଠିଥିଲା ଛାତି
ହେ ନେତାଜୀ ତୁମର କିମିଆ
ଜାଗ୍ରତ କଲା ପୂରଵାସୀ ।
ଉଚ୍ଚପଦବୀକୁ ମାରିଣ ଗୋଇଠା
ସ୍ବାଧୀନତା ସଂଗ୍ରାମେ ଦେଲ ଝାସ
ଶତ ସିଂହର ପରାକ୍ରମେ ଲଢି
ରଚିଲ ତୁମେ ନବ ଇତିହାସ
ଫରଫର ଉଡେ ପତାକା
ଵରମା ବୁକୁରେ ଦେଖ
ଦିଲ୍ଲୀ ଚୋଲୋ,ଦିଲ୍ଲୀ ଚୋଲୋ ଡାକରା
ଦେଖାଇଲା ଆଶାର ଆଲୋକ
ଭାରିଵୁଟର ଶବଦକୁ ଭେଦି
ଶୁଭେ ଆଜାଦ ହିନ୍ଦର ନାରା
ରକ୍ତ ନିଗାଡି ଦେବାକୁ ଉଭା ସକଳ
ସ୍ବାଧିନତା ଆମ ଲୋଡା ।
ଭାରତ ବୁକୁର ହେ ଉଦିତ ସୂରୁଜ
ସଭିଙ୍କର ଗଳା ମାଳି
ହାରି ନାହଁ କେଵେ ହାରିନି ଏ ଜାତି
ଅମା ଅନ୍ଧକାର ଯାଇଛି ଅପସରି
ଯେଉଁ ପ୍ରଦୀପ ଦେଇଥିଲ ଜାଳି
ଲିଭିନି ସେ କହାରି ମନେ
ନବ ପ୍ରଭାତର ଜନ୍ମ ଶୁଭ ଲଗନେ
କୋଟି ପ୍ରଣତି ଢାଳେ ଚରଣେ।
ପାଇଵନି ଏ ମାଟି ତୁମ ଭଳି ନେତା
ପାଇଵନି ସେ ଦାମ୍ଭିକତା
ହେ ଯୁଗଜନ୍ମା ଏ ଭାରତ ଭୂଖଣ୍ଡେ
ଅମ୍ଳାନ ତୁମ ପ୍ରତିଭା ।
ଜମ୍ବେଶ୍ଵରପୁର, ଵାଲେଶ୍ଵର
ଦୁରଭାଷ ନଂ- ୯୩୩୭୬୮୧୫୨୪
