ନୀରବ ଅଶ୍ରୁ
ମୁଁ କଣ ଜାଣିଥିଲି
ସାରା ଆକାଶଟା ପଡିଵ ଖସି
ଦପ କିନା ଲିଭି ଯିଵ ସଵୁ ଆଲୁଅ
ମୃତ୍ୟୁର ଦୁତ ଦେଵ ମାଡି ମକଚି।
ଶୁଭିଵନି ଆଉ କାହାର ଥଟ୍ଟା ମଜା
ଶୁଭିଵନି କାହାର ଵ୍ୟଙ୍ଗ ଵିଦ୍ରୁପ
କେହି କହିଵେନି ତୁ ଅଲୋଡା
ଅଖୋଜା ଅଚିହ୍ନା ,ତୁ ଅଛୁତ
ତ ସହ କୁଆଡେ ଯିଵା ମନା ।।୨।।
ଵାସ ଏତିକି
ସଵୁ ଯନ୍ତ୍ରଣା ଅତ୍ୟାଚାରର ଅନ୍ତ
ଚାରିଆଡେ ଖାଲି ଶୂନ୍ୟତା
ଆଉ ଶୁନ୍ୟତା
ଧରିବେନି ସେଠି ଆଉ କେହି ଜାବୁଡି
କହିଵେନି କେହି ମିଛ ହେଲେବି
ଅଛି ମୁଁ ତ ସୁଖ ଦୁଃଖରେ ।।୨।।
ବଢେଇବେନି ଆଉ କେହି
ଛଳନା ଭରା ଵନ୍ଧୁତ୍ଵର ହାତ
ଖାଇଵେନି କେହି ପୁଳାପୁଳା ମାଂସ
ଵିଚ ରାସ୍ତାରେ ଘୋଷାରି ଘୋଷାରି।
ହେଵାକୁ ନଥିବ ଆଉ ବେଇଜତ
ଜମିବନି ଭୀଡ ମୋ ଚାରିପାଖେ
ଶୁଭିଵନି କହାରି ଟାହି ଟାପରା ।।୨।।
କେଵଳ ଵାଜୁଥିବ କାନରେ
ପଵନର ସାଇଁ ସାଇଁ ଶବଦ
ଆଖି ଆଗରେ କାଳିମା ଅନ୍ଧକାରର।
ମୁକ ପାଲଟିଯିବ ଏ ଜଗତ
ଝରୁଥିବ ଅଶ୍ରୁ ମାନୁନଥିବ ବନ୍ଧବାଡ
ହରାଇବାର ଦୁଃଖ ରେ ଖାଲି
ହରାଇବାର ଦୁଃଖରେ
ଗୁମୁରି ଗୁମୁରି କାନ୍ଦୁଥିଵ ଅନ୍ତରାତ୍ମା
ତଥାପି ଥିବ ଅପେକ୍ଷା ତୁମର ।
ସେ ନୂତନ ସକାଳର ।
ଜମ୍ଵେଶ୍ବରପୁର, ଵାଲେଶ୍ଵରର
ଦୁରଭାଷ ନଂ -୯୩୩୭୬୮୧୫୨୪

