ତୁମେ ହିଁ ତୁମେ
ତୁମେ ମୋ ହରଣ ତୁମେ ମୋ ଗୁଣନ
ତୁମେ ମୋ ଜ୍ୟାମିତି ଖାତା,
ତୁମେ ମୋ କୁରାନ୍ ତୁମେ ବାଇବେଲ
ତୁମେ ରାମାୟଣ ଗୀତା.
ତୁମେ ମୋ ସାହିତ୍ୟ ତୁମେ ବ୍ୟାକରଣ
ତୁମେ ମୋ ବିଜ୍ଞାନ ଖାତା,
ତୁମେ ମୋର ରମ୍ଭା ତୁମେ ମୋ ମେନକା
ତୁମେ ମୋର ଶାନ୍ତି,ସୀତା.
ତୁମେ ମୋ ଭୂଗୋଳ ତୁମେ ଇତିହାସ
ତୁମେ ମୋର ନୋଟ ଖାତା,
ତୁମେ ମନ୍ଦୋଦରୀ ତୁମେ ମନୋହରୀ
ତୁମେ ମୋ ଅପରାଜିତା.
ତୁମେ ମୋ ଭୌତିକ ତୁମେ ରସାୟନ
ତୁମେ ଉପଚାର ଖାତା,
ତୁମେ ମୋ ମୟୁରୀ ତୁମେ ଅପସରୀ
ତୁମେ ପ୍ରୀତି ମାଦକତା.
ତୁମେ ମୋ ଅଙ୍କନ ତୁମେ ପରିମିତି
ତୁମେ ଉପପାଦ୍ୟ ଖାତା,
ତୁମେ କୁହୁକିନୀ ତୁମେ ମାୟାବିନୀ
ତୁମେ ଜହ୍ନ ଶୀତଳତା.
ଆର୍ତ୍ତତ୍ରାଣ ଖୁର୍ଡିଆ
ବୀ.ମା.ପୁର, ସୋନପୁର
