ହେ ସୁଯୋଗ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହେ ସୁଯୋଗ
ଥରେ ଯଦି ଆସନ୍ତନା
ଆତିଥ୍ୟତା ଦେଇ କରନ୍ତି ତୁମକୁ ବଶ
ଗ୍ରହଣ କରନ୍ତି ତୁମ ଅଯାଚିତ ଆଶିଷ
ଦେଖାଇ ମୋ କର୍ତ୍ତୃତ୍ୱ
ଏ ଭବ ସାଗରୁ ସଂଗ୍ରହ କରନ୍ତି
ଅସୀମ ଦୁର୍ଲଭ ଯଶ।

ହେ ସୁଯୋଗ
ଥରେ ଯଦି ଆସନ୍ତନା
ତୁମକୁ ପ୍ରଦାନ କରନ୍ତି ଅଜସ୍ର ପ୍ରେମ
କରି ନିଅନ୍ତି ମୋ ପ୍ରାଣପ୍ରିୟା
ହାତରେ ମିଳାଇ ହାତ
ମନରେ ମିଳାଇ ମନ
ଲଂଘନ୍ତି ଗିରି ବନ ପ୍ରାନ୍ତର
ବିଂଚନ୍ତି ପରା କେତେ ଶ୍ରଦ୍ଧା ଆଉ କେତେ ମାୟା।

ହେ ସୁଯୋଗ
ଥରେ ଯଦି ଆସନ୍ତନା
ତୁମକୁ ଛାଡ଼ନ୍ତିନି ଜମା
ତୁମକୁ ପରା ଯେ ଛାଡେ
ସେ ସଂସାରେ ବୁଡ଼େ
ତୁମେ ଯାହାକୁ ହୁଅ ସହାୟ
ସେ ପରା କରେ ଗଡ଼ ଜୟ
ରଖି ତୁମର ମୂର୍ତ୍ତି
ସଭିଏଁ ଗଢନ୍ତି କେତେ ଯେ କୀର୍ତ୍ତି
ତୁମେ ପରା ନୀଳ ଆକାଶର ଚନ୍ଦ୍ରମା
ଯେ ଛୁଇଁଦିଏ ତୁମକୁ
ତାକୁ କେବେ ସ୍ପର୍ଶ କରିବ କି ଅମା !

ହେ ସୁଯୋଗ
ଥରେ ଯଦି ଆସନ୍ତନା
ମୁଁ ହୋଇ ଯାଆନ୍ତି ସ୍ବାର୍ଥପର
କରି ଅତ୍ୟନ୍ତ ନିଜର
ଜାବୁଡ଼ି ଧରନ୍ତି ତୁମକୁ
ଦିଅନ୍ତିନି କାହାକୁ ହେବାକୁ ନିଜର
ସାଜି ତୁମ ଅନ୍ତରଙ୍ଗ ମିତ୍ର
କରନ୍ତି ତୁମ ଗୁଣ ଗାନ ସର୍ବତ୍ର
ଖାଲି ଏତିକି କହନ୍ତି
ହେ ସାଥି ତୁମେ ପରା ଚିର ଅମର।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ