ଯଶୋଦାଙ୍କର ବିଶ୍ଵରୂପ ଦର୍ଶନ

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୃଷ୍ଣ ଧୀରେ ଧୀରେ ବଡ ହେବାକୁ ଲାଗିଲେ । ବୟସ ବଢିବା ସଙ୍ଗେ ସଙ୍ଗେ ତାଙ୍କର ଚପଳତା ଓ ଦୁଷ୍ଟାମୀ ମଧ୍ଯ ବୃଦ୍ଧି ପିଇବାକୁ ଲାଗିଲା । ଅନେକ ଅନେକ ଅଦ୍ଭୂତ ଲୀଳା ମଧ୍ଯ ଘଟିବାକୁ ଲାଗିଲା । ପ୍ରତିବେଶିନୀ ଗୋପ ରମଣୀମାନେ ମା’ ଯଶୋଦାଙ୍କ ନିକଟକୁ ଆସି ଅଭିଯୋଗ କରନ୍ତି ଯେ ତୁମ କହ୍ନେୟା ବଡ ଦୁଷ୍ଟ ହୋଇଛି । କ୍ଷୀର ପିଇବା ପାଇଁ ବାଛୁରୀକୁ ତା ମା’ ପାଖରେ ଛାଡି ଦେଉଛି । ଆମେ ଦୁହିଁବା ବେଳକୂ କ୍ଷୀର ନାହିଁ । ବାଛୁରୀ ସବୁ ପିଇ ଯାଇଛି । ଛପି ଛପି ଆସି ଆମ ଘରେ ପଶି ଦୁଧ,ଛେନା ଓ ଲହୁଣି ଇତ୍ଯାଦି ଖାଇ ଯାଉଛି । ନିଜେ ବେଳେ ବେଳେ ସାଙ୍ଗ ପିଲାମାନଙ୍କୁ ବାଣ୍ଟି ଦେଉଛି ଏବଂ ବାନରମାନଙ୍କୁ ମଧ୍ଯ ଖୁଆଇ ଦେଉଛି । ଚୁପ୍ ଚୁପ୍ ଆସି ପଛରୁ ଆମ ବେଣୀ ଟାଣି ଧରୁଛି,ଆମ ପଣତି ଝିଙ୍କି ଧରୁଛି, ଆମକୁ ବଡ ହଇରାଣ କରୁଛି । ଏ ମାଖନ ଚୋର ପିଲାର ଉତ୍ପାତ ଯୋଗୁଁ ଆମେ ଅତିଷ୍ଠ ହୋଇ ପଡିଲୁଣି । ଏହିପରି ନାନା ଅଭିଯୋଗ ଶୁଣି ମା’ ଯଶୋଦା କେବଳ ମାତ୍ର ହସି ଦିଅନ୍ତି ।
ଦିନେ ବଡ ଭାଇ ବଳରାମ ଓ ଅନ୍ଯ ଗୋପ ବାଳକମାନେ ଖେଳୁଥିବା ଅବସ୍ଥାରେ ଦେଖିଲେ ଯେ ବାଳକ ମାଟି ଖାଇବାରେ ଲାଗିଛି । ସେମାନେ ମା’ ଯଶୋଦାଙ୍କ ପାଖକୁ ଧାଇଁ ଆସି କହିଲେ- ଦେଖ ମା’ ତୁମ କହ୍ନେଇ ମାଟି ଖାଉଛି । ଯଶୋଦା କୃଷ୍ଣଙ୍କୁ ଧରି ପକାଇ କହିଲେ, ଆଁ କର,ଆଁ କର,ପାଟିରୁ ମାଟି କାଢ । କୃଷ୍ଣ ଶିଶୁ ସୁଲଭ କଣ୍ଠରେ କହିଲେ ନା ମା’ ମୁଁ ମାଟି ଖାଇନି । ଏମାନେ ମିଛ କହୁଛନ୍ତି । ମାଟି କାହିଁ, ଦେଖ ମା’ ମୁଁ ଆଁ କରୁଛି ଦେଖ । ଏହା କହି କୃଷ୍ଣ ପାଟି ମେଲା କରିଦେଲେ । ଯଶୋଦା କୃଷ୍ଣଙ୍କ ପାଟି ଭିତରେ ଯାହା ଦେଖିଲେ ସେଥିରେ ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ସେ ଦେଖିଲେ ସମଗ୍ର ବିଶ୍ବବ୍ରହ୍ମାଣ୍ଡ ସେଇ ପାଟି ଭିତରେ ରହିଛି । ଗଛପତ୍ର,ଜୀବଜନ୍ତୁ, ନଦୀ,ପର୍ବତ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ଆଦି ବିଶ୍ବ ଚରାଚର ସେଇ ପାଟି ଭିତରେ ରହିଥିବାର ଯଶୋଦା ଲକ୍ଷ୍ୟ କଲେ । ସେ ଭୟଭୀତ ହୋଇ ପଡିଲେ । ଭାବିଲେ ଏ କଅଣ ସ୍ବପ୍ନ ନା ଦେବମାୟା ?
ଶ୍ରୀକୃଷ୍ଣ ମା’ ଯଶୋଦାଙ୍କୁ ତାଙ୍କର ବିଶ୍ବରୂପ ଦେଖାଇଲେ ସତ, କିନ୍ତୁ ପର ମୂହୁର୍ତ୍ତରେ ସେ ଯେଉଁ ଶିଶୁକୁ ସେଇ ଶିଶୁ । ଯଶୋଦା ମଧ୍ଯ କିଛି କ୍ଷଣ ପରେ ସବୁ ଭୁଲିଯାଇ ପୁତ୍ରକୁ କୋଳକୁ ଉଠାଇ ନେଇ ଗେଲ କରିବାକୁ ଲିଗିଲେ । ଭଗବାନଙ୍କର କି ମାୟା ! କି ଅଦ୍ଭୂତ ଲୀଳା ।

ସଂଗ୍ରହକାରୀ-କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର,ମୋ-୯୮୫୩୧୪୨୫୧୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ