କବିତା – ତଥାପି – ସରସ୍ଵତୀ ପଣ୍ଡା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସଂସାରେ ଜଞ୍ଜାଳ ଦୁଃଖ ଅଛି ଜାଣି
ତଥାପି ସଂସାର କରିଛି,
ସବୁ ମିଛମାୟା ଜାଣି ସୁଦ୍ଧା ମୁହିଁ
ସେ ମାୟାରେ ବାୟା ହେଉଛି।
ଲୋଭ କରିବାଟା ପାପ ବୋଲି ଜାଣି
ତଥାପି ଲୋଭରେ ପଡୁଛି,
ମିଛ କହିବାଟା ଅପରାଧ ଜାଣି
ବେଳେବେଳେ ମିଛ କହୁଛି।
ଭୁଲ କଲେ ଶାସ୍ତି ମିଳେ ବୋଲି ଜାଣି
ତଥାପି ମୁଁ ଭୁଲ କରୁଛି,
ନିନ୍ଦା ପାଇବାକୁ ଇଚ୍ଛା ନ ଥିଲେବି
ବାରମ୍ବାର ନିନ୍ଦା ପାଉଛି।
ଦୁଃଖଦ ଜୀବନ କଷ୍ଟ ବୋଲି ଜାଣି
ତ ଥାପି ଜୀବନ ଜିଉଁ ଛି
ଲୁହ ଢାଳି କିଛି ଲାଭ ନାହିଁ ଜାଣି
ନିତି ନିତି ଲୁହ ଢାଳୁଛି।
ଆଶା ମୋର ମରୁ ମରୀଚିକା ଜାଣି
ତଥାପି ଆଶା ମୁଁ ବାନ୍ଧିଛି,
ଅଜଣା ବାଟର ବାଟୋଇ ଟିଏ ମୁଁ
ବାଟର ଠିକଣା ଖୋଜୁଛି।
ରଚନା : ସରସ୍ବତୀ ପଣ୍ଡା
ଠିକଣା : ମଙ୍ଗଳପୁର, କନିକାପଡା,ଯାଜପୁର ଦୂରଭାଷ : ୭୬୦୮୯୪୦୮୨୩
