ପ୍ରେମ-ଅବିର

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ ପ୍ରିୟା ଆଜି ବୋଳିହେବା ଦେହେ,
ପ୍ରେମ-ପ୍ରଣୟର ନିଆରା ସପ୍ତରଂଗେ |
ନାଚିବା,ଗାଇବା ହର୍ଷ-ଉଳ୍ଳାସେ,
ପ୍ରୀତି ସଂଚରିବା ନାନା ଢ଼ଂଗେ || (୧)

ପ୍ରେମ ପକ୍ଷୀ ସାଜି ବୋଳିଦିବି ଦେହେ
ରସଭରା ସ୍ନେହ-ପ୍ରୀତି ଅବିର |
ସପ୍ତରଂଗରେ ରଂଗାୟିତ କରିଦେବି,
ତୋ କୁଆଁରୀ ତନୁ-ମନ,ଶରୀର || (୨)

ପ୍ରିୟତମା ତୁମ ପ୍ରଥମ ପ୍ରେମସ୍ପର୍ଶ
ହେବ ଆହାଃ ! କି ସୁନ୍ଦର ସୁଶୀତଳ |
ତୁମ ସ୍ପର୍ଶେ ହେବ ସ୍ନାୟବିକ ଉତ୍ତେଜନା,
ଶୀର୍ଣ୍ଣ ନଦୀ ବହିଯିବ ଛୁଇଁ ଦେଇ ଦୁଇ କୂଳ || ୩

ମୋ ହାତ ପାପୁଲିରେ ତୁମ କୁଆଁରୀ ଲଜ୍ଜାକୁ,
ଛଡ଼ାଫୁଲ ଭଳି ବିସର୍ଜନ ଦେଇଦେବ |
ମଧୁର ପରଶେ ମୋ ରକ୍ତ ପ୍ରବାହେ,
ଏକ ତୁମୁଳ ଆଲୋଡ଼ନ ସୃଷ୍ଟି ହୋଇବ || (୪)

ଅନାସ୍ପାଦିତ ସୁଖର ମଧୁର ଉତ୍ପୀଡ଼ନେ ,
ଭିଜିବ ତକିଆ ତୁମ ଆଖିର ଖୁସିର ଲୁହେ |
ଯୁବତୀ ହୋଇବ ଅନଭିଜ୍ଞା କିଶୋରୀ ଦେହ,
ଆସି ଦୂରନ୍ତ ଝଡ଼ର ଏକ ନିବିଡ଼ ସାନିଦ୍ଧ୍ୟେ ||

ବେଣୁଧର ସୁରୁଜାଳ
ସୋନପୁର, ଓଡ଼ିଶା
9778881774

Leave a Reply

Your email address will not be published. Required fields are marked *