ଝିଅ ଆଖିରେ ମୁଁ – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରହ ଟିକେ, ରହ ବୁଲୁ,
ରହ,ରହୁନୁ ,
ଟିକେ ହ ଠିଆ
ଉଠାଇ ଦିଏ ଫୋଟ
ତୋ ଫୋଟ
ରହ, ରହ ତୁ
ଛାଡିଵା ପରା ଚାନ୍ଦିପୁର।

ମାନିଵୁନିତ,ମାନିଵୁନି
ମୋ କଥା ,
ମାନିଵୁନି ???
ସାଙ୍ଗ ହେଵିନି ଯା !!!!
ରହ କହୁଛି ତତେ
କଥା ମୋ କୁନି ଝିଅର
ରହି ଗଲା ପାଦ
ଉଠାଇ ଦେଲା ଫୋଟୋ।

କେତେ ଖୁସି
ହସିଲା ତାଳି ମାରି।
ନାଚିଗଲା ଘେରାଏ
କହିଲା ଵଢିଆ ଉଠିଛି
ଦେଖିଵୁ, ଦେଖିବୁ ଵୁଲୁ ???
ଆଉ ଥରେ ଆସିଵା ।
କହ କହ ଵୁଲୁ କହ
କହନା ତୁ !!!

ମୁଁ ନିମଗ୍ନ
ଏକ ଅଜଣା ପୂଲକେ
ମୋ ପିଲାଦିନର ସେ
ସୁଖଦ ମହକେ
ସତରେ ଏ ପିଲାଦିନ
କେତେ ନିଜର
କେତେ ଆପଣାର
ହଜେଇ ଦେଇ ପୁଣି
ଦେଖୁଛି ମୋ ଝିଅ ଆଖିର !!୨!!

ଜମ୍ବେଶ୍ଵରପୁର, ବାଲେଶ୍ଵର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ