ଶ୍ରୀକୃଷ୍ଣଙ୍କ ଵନ୍ଧନ ଲୀଳା – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମା’ଯଶୋଦ ରାଣୀ ହୋଇଥିଲେ ସୁଦ୍ଧା ନିଜ ହାତରେ ଅନେକ ଗୃହ କାର୍ଯ୍ୟ କରନ୍ତି । ଦିନେ ଯଶୋଦା ଦଧି ମନ୍ଥନ କରୁଥିବା ସମୟରେ କୃଷ୍ଣ ଆସି ମା’ଙ୍କୁ ବ୍ଯତିବ୍ଯସ୍ଥ କରି ପକାଇଲେ ଏବଂ ଦଧି ମନ୍ଥନ କରିଵାକୁ ଦେଲେ ନାହିଁ । ପୁତ୍ରକୁ ଭୁଲାଇବା ପାଇଁ ଯଶୋଦା କୃଷ୍ଣଙ୍କୁ କୋଳକୁ ନେଇ ସ୍ତନ୍ଯପାନ କରିଇବାକୁ ଲାଗିଲେ । ଏହି ସମୟରେ ସେ ଦେଖିଲେ ଯେ ଚୁଲିରେ ବସିଥିବା ହାଣ୍ଡିରୁ କ୍ଷୀର ଉତୁରି ପଡୁଛି । ସେ ହଠାତ୍ କୃଷ୍ଣଙ୍କୁ କୋଳରୁ ତଳକୁ ଉହ୍ଲାଇ ଦେଇ ଚୁଲି ପାଖକୁ ଧାଇଁ ଗଲେ । ମା’ ମୋତେ କାହିଁକି ତଳକୁ ଉହ୍ଲାଇ ଦେଲେ ବୋଲି ରାଗିଯାଇ ସେ ଦଧିଭାଣ୍ଡଟିକୁ ଭାଙ୍ଗି ଦେଲେ । ମା’ରୋଷେଇ ଘରୁ ଆସି ଅଝଟ ପୁତ୍ରର ଏ କୀର୍ତ୍ତି ଦେଖି କ୍ରୋଧର ବାହାନା କରି ବାଡି ଧରି ବାଡେଇବାକୁ ଗୋଡାଇଲେ । ମା’ ଗୋଡାଇ ଗୋଡାଇ ଥକି ଗଲେ, କିନ୍ତୁ କୃଷ୍ଣଙ୍କୁ ଧରିପାରିଲେ ନାହିଁ । ମୁନିଋଷିମାନେ ଜପତପ କରି ଯାହାକୁ ଧରିପାରନ୍ତି ନାହିଁ, ତାଙ୍କୁ ଧରିବାକୁ ଧାଉଁଛନ୍ତି ମା’ ଯଶୋଦା । ମା’ ଥକିଯିବାର ଦେଖି ବାଳକ ଆପଣାଛାଏଁ ଧରା ଦେଇ ଖୁବ୍ ଭୟଭୀତ ହୋଇପଡିଥିବା ପରି ଛଳନା କଲେ ଏବଂ କାନ୍ଦ କାନ୍ଦ ହେଲେ । ଆରେ କହ୍ନେଇ ତୁ ଭାରି ଦୁଷ୍ଟ ହୋଇଛୁ,ତୋତେ ଆଜି ବାନ୍ଧି ରଖିବି । ତୁ ମୋତେ କୌଣସି କାମ କରାଇ ଦେଉ ନାହୁଁ । ଏହା କହି ଘର ଭିତରୁ ଦଉଡି ଆଣି ମା’ ଯଶୋଦା କୃଷ୍ଣଙ୍କୁ ବାନ୍ଧିବାକୁ ଆରମ୍ଭ କଲେ । କିନ୍ତୁ ଏ କ,ଣ ? ବାନ୍ଧିବାକୁ ଦଉଡି ଅଣ୍ଟୁ ନାହିଁ । ଦୁଇ ଆଙ୍ଗୁଳି କମ ହେଉଛି । ଘରେ ଯେତେ ଦଉଡି ସବୁତକ ଆଣି ବାନ୍ଧିଲେ ବି ନିଅଣ୍ଟ ପଡୁଛି । କୃଷ୍ଣଙ୍କୁ ବାନ୍ଧି ନପାରି ଯଶୋଦା ଥକି ପଡିଲେ । ସେ ବଡ କ୍ଳାନ୍ତ ହୋଇ ବସି ପଡିଲେ । ଦେହସାରା ଝାଳରେ ବୁଡିଗଲା । ଏହା ଦେଖି ବାଳଗୋପାଳଙ୍କ ମନ ତରଳିଗଲା । ସେ ଦୟାକରି ମା’ ଙ୍କର ବନ୍ଧନ ସ୍ବୀକାର କରିନେଲେ । ଭଗବାନ ଭକ୍ତର ପ୍ରେମ ବନ୍ଧନରେ ବାନ୍ଧି ହୋଇ ରହିବାକୁ ଭଲ ପାଆନ୍ତି । ବିଶ୍ବ ଯାହାଙ୍କର ବଶ, ସେ ପୁଣି ଭକ୍ତର ବଶ୍ଯତା ସ୍ବୀକାର କରନ୍ତି ।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *