ବୁଡିଗଲା ଭେଳା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ରକ୍ତମାଂସେ ଗଢା ଶରୀରଟା ମୋର
ଅଟଇ କେଡେ ସୁନ୍ଦର
ହାଣିଦେଲେ ଚୋଟେ ବୁହେ ରକ୍ତଧାର
ନକରି କାହାକୁ ପର ।୧।

ସେ ରକ୍ତଧାରକୁ ଦେଖି ଏମଣିଷ
ପାରୁଅଛି ଧୈର୍ଯ୍ୟ ଧରି
ତା’ ଦେହରେ ଥିବା ଆତ୍ମାକୁ କାହିଁକି
ଚିହ୍ନିପାରୁ ନାହିଁ ହରି ।୨।

ଜଳିଲା ଜୁଇରେ ମରିଲା ମଣିଷ
ଆତ୍ମା ତ ଜଳିଲା ନାହିଁ
ଆତ୍ମା ବୋଲି ଯେଉଁ ଦୁଇଟା ଅକ୍ଷର
ଦେଖିଛକି କେହି କାହିଁ ?୩।

ଏ ଘଟରୁ ଆତ୍ମା ସେ ଘଟକୁ ଯାଏ
କେହି ନପାରନ୍ତି ଦେଖି
ଦେଇଥିଲି ଆତ୍ମା ଆହେ ଚକାଆଖି
ତୁମକୁ ରଖିଣ ସାକ୍ଷୀ ।୪।

ଆତ୍ମା ସଙ୍ଗେ ଆତ୍ମା ସାଜିଲା ବଇରୀ
ଏ ମର୍ତ୍ତ୍ୟ ମଣ୍ଡଳ ନାରୀ
ବୁଝିବାକୁ ଥରେ କଲା ନାହିଁ ଚେଷ୍ଟା
କରିଛି ପୁଣି ଚାକିରୀ ।୫।

ବନ ପୋଡିଗଲେ ସଭିଏଁ ଜାଣନ୍ତି
ସଂସାରେ ରହିଛି ନୀତି
ଆତ୍ମା ପୋଡିଗଲେ ଜାଣିବାକୁ କେହି
ବଳାଇ ନଥାନ୍ତି ମତି ।୬।

ତୁମ ନିର୍ଦ୍ଦେଶରେ ଆତ୍ମା ମୋର ଯାଇ
ମିଶିଣ ଥିଲା ଆତ୍ମାରେ
ଆତ୍ମା ମୋର ଆଜି ରହିଲା କେଉଁଠି
ବୁଝାଇ ଦେଵୁକି ଥରେ ।୭।

ଏ ଦେହଟା ସିନା ମାଟି କଣ୍ଢେଇଟେ
ଭାଙ୍ଗି ଦେଲେ ଭାଙ୍ଗି ଯିବ
ପାଉଥିବ କଷ୍ଟ ଦେଖୁଥିବ ଆତ୍ମା
ସେ କଥା କିଏ ବୁଝିବ ।୮।

କଷ୍ଟ ବିନା ଏହି ମଣିଷ ଜୀବନ
ନୁହଁଇ ଜଗତେ ସାର
ତୁମେ ପରା ସେହି ବଡ଼ ଦଗାଦିଆ
ମୋ ପାଇଁ ହେଲ ପଥର ।୯।

ଦେଇଥିଲି କଥା ମିଶିଥିଲା ଆତ୍ମା
ହୋଇଗଲା ଆଜି ପର
କାହିଁକି ରଚିଲ ଏଲୀଳା ପ୍ରଭୁ ହେ
ଡାକିବ କିଏ ଠାକୁର !!୧୦!!

ରହିଥିଲ ସାକ୍ଷୀ ଆହେ ଚକାଆଖି
ଦେଇ ମୁଁ ନଥିଲି ଟଙ୍କା
କାହିଁକି ରହିଲା ବୟୋଜ୍ୟେଷ୍ଠା ନାରୀ
ମୁହଁକୁ କରିଣ ବଙ୍କା ।୧୧।

କୁହ ଚକାଆଖି ତୋତେ ପଚାରୁଛି
ଦୁଃଖ ମୋର ସଵୁ ଜାଣ
କରନାହିଁ ଡେରି ବୁଝାଇ ଶୁଝାଇ
ଶୀଘ୍ର ମୋ ପାଖକୁ ଆଣ ।୧୨।

ସ୍ନେହ ପ୍ରେମେ ବନ୍ଧା ସମାଜେ ମଣିଷ
ଜଣିଏ ଜଣଙ୍କ ପାଇଁ
ଉତ୍ପତ୍ତି ବିପତ୍ତି କିବା ଅଧୋଗତି
କେବଳ ତୁମରି ପାଇଁ ।୧୩।

ଆତ୍ମା ସଙ୍ଗେ ଆତ୍ମା ମିଳାଇ ବସିଛୁ
ଭଉଣୀ ଭାଇ ବଳିଆ
ମୋ ବେଳକୁ କାହିଁ ନିର୍ଦ୍ଦୟ ହୋଇଲୁ
ବୁଡିଗଲା ମୋର ଭେଳା ।।୧୪।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *