ହୋଲି

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କେଡେ ସୁନ୍ଦର ଏ ସଂସାର ମଞ୍ଚଟା
କେତେ ରଙ୍ଗେ ଅଛି ସଜ୍ଜା
ଆମେ ଅଭିନେତା ଅଭିନେତ୍ରୀ ସାଜି
ସଦା କରୁ ଖୁସି ମଜା।
ହସ କାନ୍ଦ ଆଉ ସୁଖ ଦୁଃଖ ଯେବେ
ଖେଳେ ଲୁଚକାଳି ଖେଳ
କେବେ ଲାଗେ ଗାଢ଼ କେବେ ଫିକା ଫିକା
ମନ ଅମନର ମେଳ।
ବରଷକେ ଥରେ ଆବେଗରେ ଆସେ
ଆନନ୍ଦ ଜୁଆର ହୋଲି
ଅଙ୍ଗେ ଲାଗିଯାଇ ରଙ୍ଗେ ରଙ୍ଗାଏ ସେ
ଫେରିଯାଏ ନାଚି ବୁଲି।
ଦେହେ ବୋଳିହୋଇ ଭିନ୍ନ ଭିନ୍ନ ରଙ୍ଗ
ଭିନ୍ନତା ବାରନ୍ତି ସର୍ବେ
ସ୍ୱରୁଚିରେ ବାଛି ପସନ୍ଦେ ବୋଳନ୍ତି
ଖୁସି ଆନନ୍ଦରେ ଗର୍ବେ।
ନାଲି ତ ବିଜୟ କମଳା ବୀରତ୍ବ
ସବୁଜ ଶାନ୍ତିର ପଥେ
ହଳଦୀ ନିରୋଗ କଳା ତ ନିଷ୍ଠୁର
ଧବଳ ସ୍ୱଚ୍ଛତା ରଥେ।
ବାସ୍ତବ ରଙ୍ଗ ତ ଏ ରଙ୍ଗେ ନ ଥାଏ
ଥାଏ ସ୍ନେହ ଶ୍ରଦ୍ଧା ପ୍ରେମେ
ମମତା ବନ୍ଧନେ ଖେଳିଲେ ହୋଲିକୁ
ସମ୍ପର୍କ ଉଦାରେ ନମେ।
ପ୍ରତିକ୍ଷଣେ ଆସେ ଜୀବନର ହୋଲି
ଦେଖାଇ କେତେ ଯେ ରଙ୍ଗ
ଉଚ୍ଚମନା ହୋଇ ନିଷ୍ଠାରେ ଚଳିଲେ
ସଳଖେ ଧରମ ମଙ୍ଗ।
ଶରୀର ମନ ଓ ଆତ୍ମା ହେଲେ ସ୍ଵଚ୍ଛ
ଜନମେ ଶୃଙ୍ଖଳା ରଙ୍ଗ
ଏ ରଙ୍ଗ ବୋଳିଲେ ଯତନେ ହୋଲିର
ରୋଗ(କରୋନା)ଦିଏ ଛତ୍ରଭଙ୍ଗ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ