ଭଗବାନ ଏଠି ଅସହାୟ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ପବିତ୍ର ଫଗୁଣ ପୁନେଇଁ ଲଗନେ
ବିମାନ ରେ ରାଧା ମାଧବ
ଅବିର ରଙ୍ଗରେ ରଙ୍ଗେଇ ଦେଲେଣି
ବିଭୋରେ ସକଳ ମାନବ ।।
ଗାଆନ୍ତି ବସନ୍ତ ରାସ ର ସଙ୍ଗୀତ
ଭୋଗ କରି ଚଣା ସାକର
ମନେ ମନାସନ୍ତି ସୁଖ ଆଉ ଶାନ୍ତି
ଉତ୍ଫୁଲ୍ଲିତ ହେଉ ସଂସାର ।।
ହୋଲି ପିଚକାରୀ ରଙ୍ଗରେ ଭରି
ଖେଳନ୍ତି ସକଳ ଜନତା
ଉତ୍ସବ ଆନନ୍ଦେ ପାଳନେ ବିଭୋର
ଅରି ଭୁଲି ବଢେ ବନ୍ଧୁତା ।।
ପବିତ୍ର ଏ ରଙ୍ଗ ଉତ୍ସବ ବନ୍ଧୁରେ
ଅଧୀର ହୁଅଇ ମନ
ରାଧା,କୃଷ୍ଣ ଙ୍କର ଅପୂର୍ବ ମିଳନ
ମନ ହୁଏ ଛନ ଛନ ।।
ଆଜିତ ଜୀବନ ଅରମା ରାସ୍ତା ରେ
ଖେଳ କାଳ ଭଳି ଲାଗଇ
ମଣିଷ ନିଜର କାଳ କୁ ଡାକିଛି
ନିଜେ ନିଜର ତ ଭଗାରି ।।
ସାବଧାନ ହୁଅ ଏଠି ଭଗବାନ
ଅସହାୟ ନିଜେ ନିଜକୁ
ମଣିଷେ ମଣିଷ ବଇରି ହୋଇଲେ
କିଏ ବା ରଖିବ କାହାକୁ ।।
