ସ୍ଵପ୍ନ – ବାସନ୍ତୀଲତା ଜେନା
ମଣିଷ ଜୀଵନ ଦୁଲ୍ଲଭ ଜନମ
ସର୍ବ ଶ୍ରେଷ୍ଠ ପ୍ରାଣୀ ସିଏ
କେତେ ଆଶା ସ୍ବପ୍ନ ମନେ ଭରି ଥାଏ
କଳନା କରିବ କିଏ ll
ସ୍ବପ୍ନ ହୋଇଥାଏ ଭିନ୍ନ ଭିନ୍ନ ପୁଣି
ମାନସ ପଟକୁ ଆସେ
କେତେ ବେଳେ ସ୍ବପ୍ନ ଦିବା ସ୍ବପ୍ନ ହୁଏ
କେତେ ବେଳେ ରାତ୍ରି ଶେଷେ ll
ଆଶା ବୃକ୍ଷ ଡାଳେ ସ୍ବପ୍ନ ତ ନ ଥିଲେ
ଉନ୍ନତିର ମାର୍ଗ ନାହିଁ
ସ୍ୱପ୍ନକୁ ସାର୍ଥକ କରିବା ପାଇଁ କି
ମନୁଷ୍ୟ ହୁଅଇ ବାଇ ll
କିଏ କରୁ ଥାଏ ଦିନ ରାତ୍ରି ଶ୍ରମ
କିଏ କରେ ତ ଭଣ୍ଡାମୀ
ସ୍ବାର୍ଥନ୍ବେଷୀ ଲୋକ ନିଜ ସ୍ୱାର୍ଥ ଦେଖେ
ସାଧୁ ହୁଏ ସ୍ଵଛ ଧର୍ମୀ ll
ସାଗରର ଢେଉ ଯେତେ ହେଉ ଥାଏ
ଉଙ୍କି ମାରେ ସ୍ବପ୍ନ ସେତେ
କେତେକ ସ୍ବପ୍ନ ତ ଚରିତାର୍ଥ ହୁଏ
ବାକି ରହି ଯାଏ କେତେ ll
କିଏ ସ୍ବପ୍ନ ଦେଖେ ଅନ୍ନ ମୁଠେ ପାଇଁ
କିଏ ଉଡେ ଆକାଶରେ
କିଏ ସ୍ବପ୍ନ ଦେଖେ ପ୍ରାଚୁର୍ଯ୍ୟ ସମ୍ପଦ
କିଏ ବା ଭକ୍ତି ପ୍ରେମରେ ll
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ / ଜିଲ୍ଲା :
ନବରଙ୍ଗପୁର
ମୋ : 8658655979
