ଶିଶୁ କବିତା – ଆଙ୍କିବି ଛବି – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

କେଉଁ ରଙ୍ଗଦେଇ ଆଙ୍କିବି ଛବି ,

ସେତେବେଳୁ ଜମା ପାରୁନି ଭାବି ।
କାଉ ହେବ ସିନା କଳା….
ଶୁଆର ଦେହଟି ଶାଗୁଆ ହୋଇବ
ଥଣ୍ଟରେ ତା’ ନାଲି ବୋଳା ।
ସକାଳ ସୁରୁଜ ରଙ୍ଗଟି ନାଲିଆ
ଆକାଶଟା ଫିକା ନେଳି ,
ମନ୍ଦାର ଫୁଲଟି ନାଲି ଟହ ଟହ
ଆମ ବାଛୁରୀଟି କାଳି ।
ପରଜାପତିଟି ଛିଟଛିଟ ରଙ୍ଗ
ହରିଣ ଯେ ଟିପିଟିପି ,
ପୁଷି ବିଲେଇର ରଙ୍ଗ କ’ଣ ଦେବି
ଧଳା ଅବା ଛାପି ଛାପି !!
କଦଳୀ କାନ୍ଧିଟା ଶାଗୁଆ ହୋଇବ
ପାଚିଗଲେ ହଳଦିଆ ,
ଡାଳିମ୍ବ ଫଳରେ କେଉଁ ରଙ୍ଗ ଦେବି
ନାରଙ୍ଗୀ ନା ପାଉଁଶିଆ !!
ହାଟରୁ ଏ ରଙ୍ଗ ଆଣିକି ଦାଦା ,
ଧରେଇକି ମୋତେ କହିଲେ ସିଧା ।
“ଲିଟୁ ନେ ଆଙ୍କିବୁ ଛବି…..”
ଏବେ ଠାରୁ ସିନା ଛବି ଆଙ୍କିଲେ ମୁଁ
ବଡ଼ ଚିତ୍ରକର ହେବି ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ