ପୃଥିବୀ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

✍???? *ପୃଥିବୀ*✍????

ସୁନ୍ଦର ବିଶ୍ୱରେ ମୋ ପୃଥିବୀ ରାଣୀ
ଦିଶେ କେଡେ ମନୋହର
ଜଳ ଅମ୍ଳଜାନ ଦେଇ ରଖେ ପ୍ରାଣ
ଦୟାର ସେ ପାରାବାର।

ଖେଳକୁଦ ପାଇଁ ରଖିଛି ଭୂପୃଷ୍ଠ
ମେଘପାଇଁ ନୀଳାକାଶ
ସବୁଜ କ୍ଷେତରେ ପବନ ଚୁମ୍ବନ
ଆଲୋକର ମଧୁସ୍ପର୍ଶ।

ପାହାଡ଼ ଶିଖାଏ କହି ଧୈର୍ଯ୍ୟଧର
ଝରଣା ଶିଖାଏ ପ୍ରେମ
ସୂରୂଯ ଶିଖାଏ ଜିଜ୍ଞାସାର ନିଶା
ମନ୍ଦିର ଯେ ହରିନାମ।

କାକ ଚଢ଼େଇଟି ସ୍ୱତଃ ଧ୍ୱନି କରି
କହେ ହେ ଆଳସ୍ୟ ଛାଡ଼
ନଦୀକୂଳ ପାଠ ପଢାଏ ସଭ୍ୟତା
କର୍ମଠ ଚାଷୀ ଶଗଡ଼।

ସଭିଙ୍କୁ ଟାଣେ ତା ଆକର୍ଷଣ ବଳେ
ଶିଖାଏ ଶାନ୍ତ ମେଳାପି
ରାତିରେ ସଜାଇ ଚନ୍ଦ୍ରମା ଆକାଶେ
କହେ ଦେ ଥଣ୍ଡା ଅରପି।

କାନ୍ଧେ କାନ୍ଧେ ଯୋଡି ବିଶ୍ୱ ଭାତୃତ୍ୱକୁ
ଶିଖାଏ ଏକତା ପ୍ରେମ
ଦିବାରାତ୍ର ନିଷ୍ଠା ତ୍ୟାଗରେ ଶୃଙ୍ଖଳା
ସଂସ୍କାର ଆଦର୍ଶ ଧର୍ମ।

ଯେତେ ବାଧାବିଘ୍ନ ବିପର୍ଯ୍ୟୟ ଅବା
ରୋଗ ଭୋକ ଦୁର୍ବିପାକ
ବଜ୍ର କରି ବକ୍ଷ ଲିଭାଏ ସେ ଦୁଃଖ
ହସେ ଭରି ଚନ୍ଦ୍ରମୁଖ।

ଆଶା ଆକାଂକ୍ଷା ଓ ବିଶ୍ୱାସ ଭରସା
ତାର ଗୀତ ଚତୁର୍ବେଦ
ଶାନ୍ତିର ବିନ୍ଦୁରେ ମୈତ୍ରୀ ବ୍ୟସାର୍ଦ୍ଧରେ
ଆଙ୍କେ ବୃତ୍ତ ସାମ୍ୟବାଦ।

ତାର ବୀର ଜ୍ଞାନୀ ଧର୍ମ ପୁତ୍ର ପୁତ୍ରୀ
ଦକ୍ଷ ଆଦର୍ଶେ ନିପୁଣ
ବିଜ୍ଞାନେ ଦର୍ଶନେ ସାହିତ୍ୟେ ବିଶ୍ୱକୁ
କରିଥାନ୍ତି କମ୍ପମାନ।

ଭୁଗର୍ଭେ ରଖିଛି ଜଳ କେତେ ଧାତୁ
ଆମ ସୁଖ ଖୁସି ପାଇଁ
ଏଥିପାଇଁ ପରା ମୋ ଗ୍ରହ ପୃଥିବୀ
ବିଶ୍ୱର ପୁଣ୍ୟ ଭୂଇଁ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ