ମାତୃତ୍ୱ

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମାତୃତ୍ୱ
*************
ଦଣ୍ଡେ ନ ଦେଖିଲେ ପ୍ରାଣ ଯା’ର କାନ୍ଦେ
କେଡେ ବିଶାଳ ବ୍ୟକ୍ତିତ୍ୱ
ତା ଧନ ଝୁଣ୍ଟିଲେ ହୃଦ ଫାଟିଯାଏ
ଲାଗେ ମାଆର ମାତୃତ୍ୱ।

ସନ୍ତାନର ଯେତେ ମଳ, ମୂତ୍ର,ବାନ୍ତି
କେବେ କରେନା ସେ ଘୃଣା
ହୃଦୟ ଦେଇ ସେ ପାଏ ତାକୁ ଭଲ
ଛୋଟା ହେଉ ଅବା କଣା।

ବଡ଼ ସାଧୁ ଭଲ ହେଉ ତା ସନ୍ତାନ
ଦେଖିଥାଏ ଦିବା ସ୍ବପ୍ନ
ଦୁଃଖ ଅମାବାସ୍ୟା ଲୁଚେ ତା ନିଷ୍ଠାରେ
ହାତେ ଧରେ ତୋଫା ଜହ୍ନ।

ପେଟେ ଓଦା କନା ଦେଇ ଖୁଆଏ ସେ
ଅଧରେ ଫୁଟାଏ ହସ
କହେ ମୁଁ ଖାଇଛି ହରଷ ଚିତ୍ତରେ
ନ ହୋଇ କେବେ ବିରସ।

ଭୋଗକୁ ବରଜି ତ୍ୟାଗ ଯେ ଅରଜେ
ସବୁ ଶିଶୁ ଭାବେ ନିଜ
ହିଂସା କପଟର ଦରିଦ୍ରାଣି ସାଜେ
ମହାନତା ତା ଫଉଜ ।

ପ୍ରୀତିର ଝରଣା କରୁଣାର ନଈ
ଧର୍ମର ଯେ ମହାହ୍ରଦ
ତାକୁ ଦେଖି ନଏଁ ବିଧାତାଙ୍କ ମଥା
କୃପା ଢ଼ାଳି ଗଦଗଦ।

ପର ଶିଶୁଙ୍କର ସଫଳତା ଦେଖି
ଭାବେ (ଏ) ମୋ ନିଜ ଶିଶୁର
ମନ ହୃଦ ଆଉ ଆତ୍ମା ଓ ଅନ୍ତର
ଲାଗେ ଶୁଦ୍ଧ ଗଙ୍ଗାଜଳ।

ବଡ଼ ହୋଇ ପୁଅ/ଝିଅ ଅଣଦେଖା କଲେ
ଦିଏ ନା ଯେ ଅଭିଶାପ
ଲୁହ ଲହୁ ଢାଳି ଶୁଭ ମନାସେ ସେ
(ତା)ମାତୃତ୍ୱ ପୂର୍ଣ୍ଣ ନିଷ୍ପାପ।

ସତସଙ୍ଗେ ଦେଇ ସତଜ୍ଞାନ ଶିକ୍ଷା
ଦିଏ ସଦା ସଦାଚାର
ଅଭିନ୍ନା ଅନନ୍ୟା ସମ୍ପୁର୍ଣ୍ଣା ଐଶ୍ୱର୍ଯ୍ୟା
ସେ ମା’ ଅତି ଆପଣାର।

ପ୍ରକୃତ ମାଆର ଅସଲ ବୈଶିଷ୍ଟ୍ୟ
ଥାଏ ଯାର ପାଶେ ପୁରି
ତା ମାତୃତ୍ୱ ପାଶେ ବିଶ୍ୱ ହୋଇ ସାନ
ପକାଏ ପ୍ରଶଂସା ହୁରି।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ