କ୍ଷତ ବିକ୍ଷତ – ପ୍ରଣତି ମହାପାତ୍ର

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଜି ବି ହାୟ ସେ ଚାରିଆଡ଼େ ଘୁରି ବୁଲୁଛି,
ଖଣ୍ଡ ବିଖଣ୍ଡିତ ଧୂସର ପାଣ୍ଡୁର,କଳା ଧଳା
ଲକ୍ଷ୍ୟ ବିହିନେ,ଛୋଟବଡ଼ ବାଦଲ।
ସତେ କି ମାର୍ତ୍ତଣ୍ଡ ଅଦ୍ରି ଶେଷେ ଆତ୍ମଗୋପନ କରିଛନ୍ତି।
ଚତୁର୍ଦ୍ଦିଗେ ରାଜୁତି ଯେ ଠା ଠା ନୀରବତା।
ପାଦପେ ମଞ୍ଜରୀ ବଢି କୁସୁମ ସୁରମ୍ୟ।
ଅଦୃଶ୍ୟ ମାର୍ଗ,ନାହିଁ ଦେଖା ବନ୍ଧୁ ପରିଜନ ସଖା
ଅକାଳେ ଟଳିପଡେ ଶହଶହ ଜନ ଶିର
ଦାନବ ଦୌରାତ୍ମ୍ୟ ଏଠି ଅତିଷ୍ଠ ଅବନୀ
ବାୟୁ ,ଜଳ ପୀୟୁଷ ରୁ ଲାଗଇ ବିଷାକ୍ତ
ବେଳୁ ବେଳ ନାନାରୂପେ ଆସୁଅଛି ଦୈତ୍ୟ।
ଦୁହିତା, ବଳା,ପ୍ରମଦା,ମନୁଜ ସର୍ବେ ଯେ ବିସ୍ମିତ,
ବଦନ ନାସାଗ୍ର ରୁଦ୍ଧ ,ସତେ କଳାପାଣି ଦଣ୍ଡ ନିର୍ବାସିତ।
ଏଥକୁ ଉପାୟ କି ବା କୁହ ବିଜ୍ଞ ବିଜ୍ଞାନୀ ମାନବ,
ଭୋଗୁଛ ନର୍କେ ଯନ୍ତ୍ରଣା ନିଜ ପଦେ କରି କୁଠାରାଘାତ।

ପ୍ରଣତି ମହାପାତ୍ର, ବାଲେଶ୍ଵର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ