ସର୍ବବ୍ୟାପ୍ତ ତୁମେ – ପ୍ରଣତି ମହାପାତ୍ର

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ତୁମେ ଅଛ ବୋଲି ପାଶେପାଶେ ମୋର
ଅକର୍ମେ ନ ଯାଏ ମନ,
ତୁମେ ମୋର ସତ୍ୟ ହେ ଶିବସୁନ୍ଦର
କଳାକୃଷ୍ଣ ନବଘନ।
ଦିବସ ରଜନୀ ହେ କଳାକହ୍ନେଇ
ତୋ ନାମ ଭଜନ କରେ,
ଶୟନେ ସ୍ଵପନେ ଅବା ଜାଗରଣେ
ଭଜେ ହରେକୃଷ୍ଣ ହରେ।
ବଡ଼ଦେଉଳରେ ରତ୍ନସିଂହାସନେ
ଭାଇଭଉଣୀଙ୍କ ସହ,
ଆନନ୍ଦେ ବସିଛୁ ଦୁଃଖେ ରହିଛି ମୁଁ
କେମିତି ସହିଛୁ କହ।
ଦୁଃଖହାରୀ ବୋଲି ଜଗତ ଗାଉଛି
ଦୁଃଖ ହରୁ ନାହୁଁ କିଆଁ,
ତୋ ଆଶ୍ରେ ଆଶ୍ରିତ ଏ ସାରା ଜଗତ
ମଉନ କିମ୍ପା କାଳିଆ।
ମଣିଷ ମନରେ ଭରିଦେ କାଳିଆ
ସ୍ନେହ ପ୍ରେମ ଦୟା କ୍ଷମା,
ସୁନ୍ଦର ଧରା ଶୁଭ୍ରାଲୋକେ ହସୁ
ହଟୁ ତିମିରର ଅମା।
ଜୟ ମୋ କାଳିଆ ସୁନା।

ପ୍ରଣତି ମହାପାତ୍ର, ବାଲେଶ୍ଵର

Leave a Reply

Your email address will not be published. Required fields are marked *