ଚଳନ୍ତି ପୂଜ୍ୟ ପୂଜ୍ୟା – ପ୍ରଣତି ମହାପାତ୍ର

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଧରାସ୍ପର୍ଶ କରି ଧରିତ୍ରୀ ଦର୍ଶନ
କରିଲି ମୁଁ ଯାହା ପାଇଁ,
ମଧୁର ପରଶ ଅମୃତ ପୀୟୁଷ
ପେଇଥିଲେ ମୋତେ ସେହି,
ପୂଜ୍ୟପୂଜ୍ୟା ମୋ ପାଇଁ
ଚଳନ୍ତି ଦେବତା ଦେବୀ ରୂପେ ଉଭା
ପିତା ମାତା ମୋର ହୋଇ।

ସଂସାରରେ ଏକମାତ୍ର ଆପଣାର
ରଖି ସୁରକ୍ଷା ବଳୟେ ,
ସ୍ନେହ ଶ୍ରଦ୍ଧା ପ୍ରେମ ଭଲପାଇବାରେ
ସ୍ଥାପି ବୈକୁଣ୍ଠ ଆଳୟେ,
ନଭ ପୃଥ୍ଵୀ ସମ ପ୍ରାୟେ
ହିମାଳୟ ସମ ବିଶାଳ ଛାତିରେ
ରଖନ୍ତି ସେ ଯେ ନିର୍ଭୟେ।

ଦେଇ ବତାଇ ଥାଆନ୍ତି ସର୍ବଦା
ଦେବତା ଦେବୀ ମୋହର ,
ଭଲମନ୍ଦ ସୁଖଦୁଃଖ ଓ ଆଦର୍ଶ
ରହି ଶିଖାନ୍ତି ପାଖର,
ଦିଅଁ, ଠାକୁର ନୁହଁନ୍ତି, ଦେବତା
ସେ ପୂଜ୍ୟପୂଜ୍ୟା ମୋର।
ପିତା ମାତା ଏକା ମୋର
ଶ୍ରୀଚରଣେ ଦାସୀ କରେ କୋଟି
ପ୍ରଣିପାତ କରେ ବାରବାର।

ପ୍ରଣତି ମହାପାତ୍ର, ବାଲେଶ୍ଵର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ