ଜହ୍ନ ଓ ପ୍ରିୟା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲେଖକ ପରିଚୟ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୋ ଗାଆଁ ନଈର ତୁଠ ପଥରରେ
ଦେଖି ତୋର ପାଦଚିହ୍ନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୦।।

ସ୍ମୃତିର ଚାଦର ତଳେ ଲୁଚି ଲୁଚି
ଲୁହ ଢାଳେ ଏକା ଏକା
ମୋ ଅଗଣା ଆଜି ଲାଗେ ଖାଁ ଖାଁ
ଫଗୁଣଟା ଲାଗେ ଫିକା
ଶ୍ରାବଣଟା ଆଜି ଅସହ୍ୟ ଲାଗୁଛି
ସରୁ ନାହିଁ ମୋର ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୁପାଜହ୍ନ ।।୧।।

କୋଇଲିର ସୁର ଲାଗୁନି ମଧୁର
ତୋ ସ୍ୱର ହଜିବା ଦିନୁଁ
ଦେଖୁଛି ତୋ ମୁହଁ ନିତି ଜହ୍ନ ଦେହେ
ଲିଭୁନାହିଁ ମୋର ମନୁ
ସବୁ ସ୍ମୃତି ତୋର ରଖିଛି ସାଇତି
କାଟିବାକୁ ବାକି ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୨।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ