ଗୁହାରି ଶୁଣିମା – ଘନଶ୍ୟାମ ସାହୁ
ମହାମାନ୍ଯ ମଣିମା ହେ !
ଗୁହାରି ଶୁଣିମା
ଲୁହରେ ଲେଖୁଛି ବୋଲି
ଦୋଷ କର କ୍ଷମା
ଚିଠି ମୋ ପଢ଼ିବ
ହେ କଳା ମାଧବ
ଡୋରି ଲାଗିବାକୁ ଟାକି
ପାରୁନି ଜମା ।।୧।
କି ମାୟା ରଚିଛ ଆହେ
ତୁମେ ମାୟାଧର
ଦେଖିଦେଲେ ଥରଟିଏ
ଶ୍ରୀ ମୁଖ ତୁମର
ମନ ହଜିଯାଏ
ସବୁ ଭୁଲିଯାଏ
ଆକର୍ଷିତ କରେ ତୁମ
ରୂପ ସୁଷମା ।।୨।
ଚାହିଁ ଚାହିଁ ଡାକରା ମୁଁ
ଚାତକର ସମ
ଝୁରିମରେ ମନ ମୋର
ଝରୁଛି ଶ୍ରାବଣ
ଦିଅ ଦେଖା ବାରେ
ପଛେ ସପନରେ
ତୁଟୁ ଭବ ଭୟ ଭ୍ରାନ୍ତି
ଶ୍ରୀହରି ତ୍ରାହି ମାମ୍ ।।୩।
ଘୋର ଜଞ୍ଜାଳରେ
ହୋଇଛି ମୁଁ ଛନ୍ଦି
ମିଛ ମାୟା ଜାଲେ
ମୀନ ଯେହ୍ନେ ବନ୍ଦୀ
ହୁଏ ଛାଟିପିଟି
ଦିଅ ହେ ମୁକତି
ତ୍ରାହି କର ପ୍ରଭୁ ରହୁ
ତୁମ ଗାରିମା ।।୪।
ଘନଶ୍ୟାମ ସାହୁ
ସହ ସମ୍ପାଦକ,ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫
