ହେ କରୋନା – ତ୍ରିଲୋଚନ ଦାସ

ଲେଖକ ପରିଚୟ

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମକୁ ପରଖିଛି ନିତିନିତି ଖବର କାଗଜ ପୃଷ୍ଠାରେ
ତୁମେ ନିର୍ଦ୍ଦୟ, ଅସହ୍ୟ ନର୍କ-ଯନ୍ତ୍ରଣାର ନୀରବ ବାହକ
ତୁମ ଅପକର୍ମେ, ମୋ’ ଭିତରେ ରୋମନ୍ଥନ ପ୍ରତି ମୁହୂର୍ତ୍ତରେ
ତୁମ ନୀଳ ବିଷ ଜହରରେ ଜଳୁଛି ମୁଁ ଏମିତି ନାୟକ।।

ଜୀବନ ଓ ମୃତ୍ୟୁର ଦୋଛକିରେ କ୍ରମଶଃ ବିନ୍ଦୁର ବିଳାପ
ମର୍ମେ ମର୍ମେ ଅନୁଭବେ ମୁହିଁ, କେମିତିକା ପାଷାଣ ହୃଦୟ
ମୋର ଏଇ ଭଗ୍ନ ଶରୀର କାଳେ ତୁମକୁ ଲାଗିଲା ଅଳପ
ମୋ’ ପ୍ରାଣସଙ୍ଗୀର ଦେହ ଛୁଇଁ, ଭାବୁଛ କି କରିଛ ବିଜୟ! ।।

ବିଜୟଟା ନୁହେଁ ତ ତୁମର, ଲେଖ ନାହିଁ ଖୁସିର ଚିଟାଉ
କାଲି ଥିଲୁ ଆଜି ଅଛୁ ଲେଖିବାକୁ ତୁମ ପରାସ୍ତ କାହାଣୀ
ନିରୀହକୁ ତୁଛ ବୋଲି ଦୁଃସାହସ କରିବନି କେବେ ଆଉ
ବିଜୟ ତ ସୁ-ନିଶ୍ଚିନ୍ତ ଆମ, ଭାଙ୍ଗିଦେବୁ ତୁମ ମୁହଁ ଠାଣି।।

ତୁମ ସହ ଭେଟାଭେଟି ପରେ ସଂଚରିଛି ଶତସିଂହ ବଳ
ଅଗ୍ନିର ମଶାଲ ଧରି ଜିଣିବୁ, ମୃତ୍ୟୁର ପଶାପାଲି ଖେଳ।

ଶ୍ରୀବିହାର, ଖୋର୍ଦ୍ଧା-୭୫୨୦୫୫
ଆଳାପ: ୯୮୫୩୫୩୫୦୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ