କବିତା – ଚୁନା ଚୁନା ସ୍ୱପ୍ନ – ରାକେଶ ସାହୁ
ଲେଖକ ପରିଚୟ

ରାକେଶ ସାହୁ
କିଛି କଥା ହୋଇଯାଏ ଚୁନା ଚୁନା
ଭାବନା ରାଇଜରେ ସବୁ ଅନାବନା ।।
କିଛି ରହିଯାଏ ମାନସ ପଟଳରେ
କିଛି ହଜିଯାଏ ସମୟର ସ୍ରୋତରେ ।।
କିଛି ହୁଏ କେବେ କାହାଣୀର ଶୀର୍ଷକ
ଥାଏ ହୋଇ କିଛି ନେପଥ୍ୟ ନାୟକ ।।
ବିଚାର ହୁଏ କିଛି କାଠ ଗଡ଼ାରେ
ସମାଧାନ ହୁଏ କିଛି ଗାଁ କୋଠଘରେ ।।
କିଛି କଥା ଆଲୋଚନା ହୁଏ ପୋଖରୀ ତୁଠରେ
ଘୁରି ବୁଲୁଥାଏ ଏଠି ସେଠି ଖଟିରେ ।।
କିଛି ସ୍ୱପ୍ନ ଏଠି ହୁଏ ଚୁନା ଚୁନା
ହୋଇଯାଏ ସେ କେବେ କେବେ ଅନାବନା ।।
ରଚନା : ରାକେଶ ସାହୁ
ଠିକଣା : ଭୁବନେଶ୍ୱର ଦୂରଭାଷ :
Sent via Google Forms Email
