ମା କାଳିକୁମର – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମା’ କାଳିକୁମର ଅଭୟ ଦାୟିନି
ବିରାଜିଛ ଜମ୍ବେଶ୍ବରପୁର ପିଠେ
କରୁଣା ତୋର କେ ପାରିବ ବର୍ଣ୍ଣି
ସଦା ଯେ ଜଗତ ହିତେ।

ତାଳତମାଳ ଘେରା ମୂଲକେ
କେଉଁ ଯୁଗୁ ହୋଇଛୁ ଉଭା
ଆପଦ ବିପଦେ ତତେ ସୁମରିଲେ
ହେଉ ତୁହି ମା’ ସାହା।

ପଣାସଂକ୍ରାନ୍ତି ତୋର ବଡପୂଜା
ଆସେ ବରଷକୁ ମା’ ଥରେ
ଜଣଜଣକରି ସାତ ଭଉଣୀଏ
ବିଜେ ହୁଅନ୍ତି କାଳିସୀ ରୂପରେ।

କଲ୍ୟାଣ ପାଇଁ ଭକ୍ତଙ୍କ ଭିଡ
ପୁରି ଉଠେ ତୋ ପିଠ
ଝୁଣା ଧୂପର ମହମହ ବାସ
ହୃଦୟେ ରହିଛି ଛାପ।

Leave a Reply

Your email address will not be published. Required fields are marked *