ମୋ ମନ ଆକାଶ ତାରା

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ମୋ ମନ ଆକାଶର ତାରା
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
ପଦ୍ମ ପାଖୁଡା ରଙ୍ଗରେ ସତେ
କେତେ ତୋରା ଦିଶ ବନ୍ଧୁ
ଦର୍ପଣ ସମ କାନ୍ତି ବିଭାସେ
ଅନ୍ଧାର ଆକାଶେ ଇନ୍ଦୁ ।।

କୁଞ୍ଚିତ ଚୁର୍ଣ କୁନ୍ତଳ ନୀଳ
ସାଗର ଲହରୀ ମାଳା
ଜହ୍ନ ତ ନୁହେଁ ତହୁଁ ବଳି ତୁମେ
ଚନ୍ଦ୍ରରେ ଅଛି କଳା ।।

ଭୁରୁଲତା ସତେ ବାସବ କାର୍ମୁକ
କଳା କଳା ମୀନ ନେତ୍ରୀ
ଜବା କୁସୁମ କି ଓଷ୍ଠ ଯୁଗଳ
ହୀରକ କି ଦନ୍ତ ପଂକ୍ତି ।।

ନାସା ତିଳପୁଷ୍ପ ଭାଷା ବୀଣାଜିଣା
ମଧୁର ମଧୁର ଅତି
ଅହିଭୁଜ ସମ ଗ୍ରୀବା କି ସୁଷମ
ସୁନ୍ଦରୀ ପ୍ରୀୟବତୀ ।।

ପୀନ ପୟୋଧର ଯୁଗଳ ସୁନ୍ଦର
ଆଖି ଯାଏ ତାରେ ଲାଖି
ପଦ୍ମ ମୃଣାଳ ବାହୁ ବଲ୍ଲରୀ
ଲବଣୀ ପିତୁଳା ସଖୀ ।।

ଓଲଟ ରମ୍ଭା ଜଘନା ପ୍ରେମମୟୀ
ମୁକୁତା ଝରା ତା ହସ
କୃଶୋଦରୀ ଦେବ ଦୁର୍ଲ୍ଲଭ ପ୍ରତିମା
କ୍ଷଣକେ କରେ ସେ ବଶ ।।

ଗଜ ଗମନୀ ର କ୍ଷୀଣ କଟି ମାନୀ
ଅନିନ୍ଦ୍ୟ ରୂପସୀ ବାଳା
ପରୀ ରାଇଜର ରାଜ ଜେମା “ମନ
ଆକାଶର” ଧ୍ରୁବ ତାରା ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ