ମହାମାରୀ କରୋନା

ଲେଖକ ପରିଚୟ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କରୋନା ଆତଙ୍କେ ପୃଥୀ ଆତଯାତ
ଆସୁଛି ବିପଦ ମାଡି
ନିଜେ ହିଁ ମଣିଷ ଏହାର କାରଣ
ଅକାଳେ ଯାଉଛି ଝଡି

ବେଳ ଥାଉ ଥାଉ ବାନ୍ଧିଲୁନି ବନ୍ଧ
ଧ୍ବଂସ କଲୁ ପ୍ରକୃତିକୁ
ଭାବୁଅଛୁ ଆଜି କୃତ କର୍ମଫଳ
ସାର ଏକା ଭୋଗିବାକୁ

ରାକ୍ଷସ ସାଜିଲୁ ଜୀଵ ହତ୍ୟା କଲୁ
ତା ମାଂସ କଞ୍ଚା ଭକ୍ଷଣ
ଜିହ୍ୱା ର ଲାଳସା ପାରିଲୁନି ଛାଡି
ହେଲୁ କରୋନା କାରଣ

ମହାମାରୀ ରୂପେ ହୋଇ ଅବତରୀ
ଗ୍ରାସିଛି ପୃଥିବୀ ଆଜି
ସଚେତନ ଟିକେ ହୁଅରେ ମଣିଷ
ନହଲେ ଯିବୁ ତୁ ହଜି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ