ଶ୍ରୀ କ୍ଷେତ୍ର ବଡ ଦାଣ୍ଡ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏକ ଭାବ ବିହ୍ଵଳ ବେଳା ଶ୍ରୀ କ୍ଷେତ୍ର ବଡ଼ ଦାଣ୍ଡ ରେ….

କି ଶକ୍ତି ଅଛି ଠାକୁର ତୋ ପାଖେ
ତୋତେ ଦେଖି ନିଜ କୁ ନିଜେ ହଜାଇ ଦେଇଛି
ମନ ବାନ୍ଧି ହୋଇଛି ତୋ ପାଖେ

ତୋ ଦାଣ୍ଡ ଧୂଳି ଦେହେ ବୋଳି
ହେବା କୁ ଧୂଷର ଅନ୍ୟ କେଉଁ ରଙ୍ଗେ
ଧରି ଯୋଗୀ ବେଶ …..
ହରି ନାମ ସଙ୍ଗେ, ହୁଳ ହୁଳି

ବାଇଶି ପାହାଚେ ପଦ ଦେଲେ
ଲାଗୁଚି ସ୍ୱର୍ଗ କୁ ସିଡ଼ି
ଆତ୍ମା, ପରମାତ୍ମା ମିଳନ ହେଲେ

ଗୁମ୍ଫା ଭିତରେ ବସିଛୁ ଚକା ଆଖି
ଦେଖି ତୋତେ ସ୍ତବ୍ଧ ହୋଇଗଲି
ଲୋତକ ପୂର୍ଣ ହେଲା ବେନି ଆଖି

ଦେଖି ତୋତେ ଶାନ୍ତି
ମୋ ପ୍ରାଣ
ତୋତେ ଦେଖି କୁଣ୍ଢାଇ ପକାନ୍ତି
ନାଥ ମୋ ପ୍ରାଣ…….

ଭିଡ଼େ ହାତ ମୋର ଦେଲି ଟେକି
ତୁ ଯେ ଦାରୁ ବ୍ରହ୍ମ
ଚାହିଁ ରହିଥିଲୁ ,ଅପଲକ ନୟନେ
କଥା ହେଲୁନି କାହିଁକି ଟିକିଏ ?????

ହସ ହସ ଶ୍ରୀ ମୁଖ ଦେଖି
ପଚାରିଲି ପ୍ରଭୁ, ଷାଠିଏ ପଉଟି
ରୁ ମିଳିବ କି ମହାପ୍ରଭୁ
କଣିକାଏ ଦିଅନ୍ତି ତୁଣ୍ଡେ ଚାଖି ……

– ଲଷ୍ମୀ କାନ୍ତ ମାଝୀ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ