ନଡର କାରୋନାକୁ କେହି – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଲେଖକ ପରିଚୟ

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଶ୍ରୀକ୍ଷେତ୍ର ବିହାର, ଆଇଗିଣିଆ, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅସାଧ୍ୟ,ସାଧ୍ୟ ରୋଗ ଯେତେ
ରହିଛି ପ୍ରତିକାର ସେତେ ॥
ବୟସ ବଢିବା ସହିତ
ରୋଗବି କରେ ବିଚଳିତ ॥
ଆମେବି ବଂଚିବାର ପାଇଁ
ଶିଖିଛେ କରିବା ଲଢାଇ ॥
ଔଷଧ ମାଧ୍ୟମରେ ହେଉ
ଯୋଗ ବ୍ୟାୟାମ ହେଉଥାଉ ॥
ବୃଥାରେ ହେଲେ ବିଚଳିତ
ରୋଗଟି ବଢିବା ନିଶ୍ଚିତ ॥
ନହୋଇ କେବେ ଧୈର୍ଯ୍ୟହରା
ହୁଅନି କେହି ଦିଗହରା ॥
କରୋନା ଅନ୍ୟରୋଗ ପରି
ଜମେଇ ଆସ୍ଥାନ ତା ଭାରି ॥
ରହିଲା ବାୟୁ ମଣ୍ଡଳରେ
ଏହାହିଁ ରଖିବା ମନରେ ॥
ସର୍ବେ ହୋଇଲେ ଯତ୍ନବାନ୍‌
ରହିବ ଆମର ଜୀବନ ॥
ସେ ଥାଉ ତାହାର ବାଟରେ
କାହିଁକି ଡରିବା ବୃଥାରେ ॥
ସାମାନ୍ୟ ଧୈର୍ଯ୍ୟ ଦରକାର
ନିଅହେ ଟୀକାକୁ ତାହାର ॥

ସମସ୍ତ ପ୍ରତିକାର କରି
ତାହାକୁ ସର୍ବେ ଦେବା ତଡି ॥
ମୁହଁରେ ତୁଣ୍ଡିକୁ ବାନ୍ଧିବ
ଶରୀର ସଫା ରଖୁଥିବ ॥
ସାମାଜିକ ଦୂରତା ସୁତ୍ର
ଏହାହିଁ ସଦା ମୂଳମନ୍ତ୍ର ॥
ପ୍ରଚୁର ଫଳ ଓ ପରିବା
ପ୍ରୋଟିନ୍ ଅଧିକ ଖାଇବା ॥
ଏହାବି ମଧ୍ୟ ହୋଇପାରେ
କାହା ଆୟୁଷ ସରିପାରେ ॥
ତା ପ୍ରଭୁ କରେ ନିୟନ୍ତ୍ରଣ
ସେପାଇଁ ଶୋଚନା ନକର ॥
ଧରାରେ ନେଇଛୁ ଜନମ
କର୍ମହିଁ ତାହାର କାରଣ ॥
ସାରି ଆମର ଲୀଳାଖେଳ
ବାହୁଡି ଯିବା ହେଲେ ବେଳ ॥
ନକରି କରୋନାକୁ ଭୟ
ମନରେ ଦୃଢତା ଜମାଅ ॥
ବିଜୟ ଆମର ନିଶ୍ଚିତ
ଭୂତାଣୁ ହୋଇଯିବ ମୃତ ॥
ଏବେ କରୋନା ଲଢେଇରେ
ଲଢେଇ ସାରି ମୁହିଁ ଫେରେ ॥
ସଭିଙ୍କୁ ମୋର ନିବେଦନ
କେବଳ ରଖ ଦୃଢ ମନ ॥

ମୁଖ୍ୟଯନ୍ତ୍ରୀ, ଜଳସମ୍ପଦ ବିଭାଗ, ଓଡିଶା ସରକାର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ