କଳାବାମନ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋତେ ସେଇ ପାଦ ଦିଅ ଦର୍ଶନ
ସେ ପାଦେ ଆଶ୍ରୟ ନେଇ ହେବି ମୁଁ ଲୀନ ।।୦।
ଏକ ପାଦେ ପୃଥ୍ବୀ ପୁଣି ଆନ ପାଦେ ନଭ
ତୃତୀୟ ପାଦେ ଦଳିଲ ବଳି ରାଜା ଗର୍ବ
ସେ ପାଦେ ଶରଣ ଗଲି କଳାବାମନ ।।୧ ।
ତ୍ରେତୟାରେ ଯେଉଁ ପାଦ ପରଶେ ହରି
ତରିଗଲା ପାଷାଣରୁ ଗୈ।ତମ ନାରୀ
ସେ ପାଦପଦ୍ମକୁ ଧ୍ଯାୟୀ ହୁଏ ମୁଁ ଧନ୍ୟ ।।୨ ।
ଯେ ପାଦେ କାଳୀୟ ଦଳି ବାଲ୍ୟ ଲୀଳା ରେ
ଦେଖାଇଲ ସେ କୀରତି ଦ୍ୱାପର ରେ
ସେଇ ଶ୍ରୀ ପୟରକୁ ଝୁରେ ମୋ ମନ ।।୩ ।
ଏ ଘୋର କଳିରେ ଶୂନ୍ୟ ହସ୍ତ ପଦରେ
ଓଁ କାର ବ୍ରହ୍ମ ସ୍ୱରୂପ ନୀଳାଚଳ ରେ
ଅଦୃଶ୍ୟ ଶ୍ରୀପଦେ ଭଜି ଯାଉ ଜୀବନ ।।୪ ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫

One Reply to “କଳାବାମନ – ଘନଶ୍ୟାମ ସାହୁ”

  1. ଧନ୍ୟବାଦ।
    କବିତାର ଅନ୍ତଃସ୍ଵର ଅତି ଗଭୀର। କାଳିଆର ଅଭୟ ପଦରେ ମନମୀନ ଲାଖିରହୁ। କଳାବାମନଙ୍କ ଅପାର କରୁଣା ବିଶ୍ଵରୁ କରୋନା ମହାମାରୀକୁ ଦୂରେଇ ଦେଉ; ଏଇ ଏକମାତ୍ର କାମନା।

Leave a Reply

Your email address will not be published. Required fields are marked *