ଗଣିତ କୌତୁକ – ସରସ୍ଵତୀ ନାୟକ

ଲେଖକ ପରିଚୟ

ସରସ୍ଵତୀ ନାୟକ
ବ୍ରହ୍ମଗିରି, ପୁରୀ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କୁନିମୁନି ପଢିବ ପାଠ
ସଅଳ ସଅଳ ନକରି ମଠ ।।
ଗଣିତ ପାଠଟି ଭାରି ସହଜ
ମୂଳରୁ ଏହାକୁ ସଭିଏଁ ବୁଝ ।।
ଶୂନରୁ ଆରମ୍ଭ ନଅରେ ଶେଷ
ରଖିଥାଆ ମନ ଅଙ୍କ ଯେ ଦଶ ।।
ଅଙ୍କନେଇ ଗଢ଼ା ସଂଖ୍ୟା ଯେତେକ
ଗୋଟିଏରେ ଅବା ହେଉ ଅନେକ ।।
ଯେତେ ଅଙ୍କ ତାହା ସେତେ ବିଶିଷ୍ଟ
ଜାଣିଲେ ଗଣିତ ଲାଗେନା କ୍ଳିଷ୍ଟ ।।
ଏକରେ ଶୂନ ବସିଲେ ଯାଇ
କ୍ଷୁଦ୍ରତମ ସଂଖ୍ୟା ସିଏ ବୋଲାଇ ।।
ସବୁତକ ଅଙ୍କ ହୋଇଲେ ନଅ
ବୃହତ୍ତମ ପରା ଜାଣି ଯେ ଥାଅ ।।
ସଂଖ୍ୟାରେ ଏକ କରିଲେ ଯୋଗ
ପରବର୍ତ୍ତୀ ସଂଖ୍ୟା ମିଳଇ ଆଗ ।।
ଏକ ବିୟୋଗ କରିଲେ ଆମେ
ପୂର୍ବବର୍ତ୍ତୀ ସଂଖ୍ୟା ପାଇବ ତୁମେ ।।
ଦୁଇଟି ସଂଖ୍ୟାର ମଝିରେ ଥାଇ
ମଧ୍ୟବର୍ତ୍ତୀ ସଂଖ୍ୟା ବୁଝାଉଥାଇ ।।
ଆଜି ପାଇଁ ପାଠ ପଢା ସେତିକି
ପ୍ରଶ୍ନ ଅଛି ଦେଇ ଆଣିବ ଲେଖି ।।
ଯାହାର ହୋଇବ ଅଧିକ ଭଲ
ଅଜା ନିଶ୍ଚେ ତାକୁ ପାଇବେ ଭଲ ।।

Leave a Reply

Your email address will not be published. Required fields are marked *