କବିତା – ରଖିବ ଯଶ – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

‘ଖୁସି’ ମୋର ଏଠି ଖେଳୁଛି ବସି ,

ଡାକି ଦେଲେ ଠାରି ଦେଉଛି ହସି ।
କଥା କହୁଅଛି ଗୁଲୁରୁଗୁଲୁ ,
ଗେହ୍ଲାଝିଅ ଭାରି ଚୁଲୁରୁବୁଲୁ ।
ନାନାବାୟା କେତେ ଗୀତ ଗାଇକି,
ତାଳିମାରି ନାଚେ ତାଆ ଧେଇକି  ।
ସଭିଙ୍କ ସାଥିରେ ସହଜେ ମିଶେ ,
ଅଝଟ ହୋଇକି କେବେ ସେ ରୁଷେ ।
ମନ କିଣି ନିଏ ତା’ ଠାଣି ବାଣୀ,
ସିଏ ପରା ମୋର ସପନ ଖଣି ।
ଆଜି ସିନା ‘ଖୁସି’ ବକଟେ ଛୁଆ ,
କାଲି କେତେ କଥା ଶିଖିବ ନୂଆ ।
ପାଠ ପଢ଼ି ହେବ ଭଲ ମଣିଷ ,
ସଂସାର ଭିତରେ ରଖିବ ଯଶ ।
ମାମୁରିଆ ,ଛେଣ୍ଡିପଦା,ଅନୁଗୋଳ ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ