ଲୋ ଉତ୍କଳ ମା

ଲେଖକ ପରିଚୟ

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଲୋ ଉତ୍କଳ ମା
**********************
କି ରଙ୍ଗ ତୂଳୀରେ ଆଙ୍କିବି ତୋ ପଟ୍ଟଚିତ୍ର ଲୋ ମା
ତୋ ଅସୀମ ସୀମା ତ ଏକ ମର୍ଯ୍ୟାଦାସମ୍ପନ୍ନ ମାନଚିତ୍ର
ପୁଣ୍ୟ ଆର୍ଯ୍ୟାବର୍ତ୍ତର ପୂର୍ବେ ଓଡ଼ିଆଙ୍କ ସୂର୍ଯ୍ୟୋଦୟ
ବଙ୍ଗୋପସାଗରଟା ସ୍ନାନ ପାଇଁ ଆତିଥ୍ୟତାର ରଚେ ପ୍ରଣୟ
ପଡ଼ୋଶୀଙ୍କ ପ୍ରେମ ପ୍ରତିକ୍ଷଣେ ସ୍ପର୍ଶ କରି ତୋର ତନୁ
ସ୍ପନ୍ଦିତ ଓଡିଶୀ ନୃତ୍ୟରୁ ଝରିଆସେ
ଖ୍ୟାତିସମ୍ପନ୍ନ ଛଂଦିତ ଶାସ୍ତ୍ରୀୟ ସଙ୍ଗୀତ।

ତୋ ତୁଳସୀ ଅବଢ଼ା ମକର ଚାଉଳର କି କୁହୁକ ଅଛି ଲୋ ମା
ଅଚିହ୍ନା,ଅପରିଚିତ ଶତ୍ରୁଙ୍କୁ ବି କରୁ ମକର ମିତ,
ମଥା ନଏଁ ଦେଖି ଓଡ଼ିଆ ବୋହୂର ଅପରୂପ ସଂସ୍କାର
କୋଣାର୍କ ଚୁଳୀରୁ ଧରମାର ମହାନତା ଆଉ ବିଶୁ ନିହାଣରୁ ଅଶ୍ରୁଧାର
ଭଉଣୀର ରାକ୍ଷୀ ବନ୍ଧା ଭାଈର ପାଦୁକା ପୂଜନ
ଗୁରୁଶିଷ୍ୟ ପରମ୍ପରାର ଭକ୍ତି- ସ୍ନେହର ଆଦାନପ୍ରଦାନ
ପୁଣ୍ୟ ବୈତରଣୀର ସୁଶୀତଳ ଜଳ ଦେଇ
ସାରା ବିଶ୍ୱକୁ ପରା କରୁ ଆଶ୍ଚର୍ଯ୍ୟଚକିତ।

ସଂସ୍କୃତି,ଭାସ୍କର୍ଯ୍ୟ,ଐତିହ୍ୟ,ପରମ୍ପରାର କି ସାମ୍ରାଜ୍ଞୀ ଥିଲୁ ଲୋ ମା!
ଦେଶପ୍ରେମ ଜାତିପ୍ରେମର ତ ତୁ ପ୍ରେରଣାଦାୟିନୀ ଆଦିମାତା,
ବାଜିଆର ଦମ୍ଭ ସହ ମଧୁ ବ୍ୟାସଙ୍କ ମାତୃଭାଷା ପ୍ରୀତି
ଉତ୍କଳମଣୀଙ୍କ ସେବା ଆଉ ଚଣ୍ଡାଶୋକ,ନେତାଜୀଙ୍କ ଅକ୍ଷୟ କୀର୍ତ୍ତି
ଓଡ଼ିଆଘରର ବାସ୍ନା ପଖାଳ ଆଉ ଶୃଙ୍ଖଳା ଆଦର୍ଶର ପ୍ରେମ
ସାଧବ ବୋହୂର ବୋଇତ ବନ୍ଦାଣ ସହ ଜଗନ୍ନାଥଙ୍କ ଆଶିଷ ପ୍ରଦାନ
ପାହାଡ଼ର ଧୈର୍ଯ୍ୟରୁ ସାନ୍ତ୍ୱନା ନେଇ
ମାଟିର ମଣିଷ କୃଷକଟା ପରା ଗାଏ ତୋ ପାଖେ
ଜୀବନ ଦର୍ଶନର ଅମୂଲ୍ୟ ଗୀତା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ