ସାବିତ୍ରୀ – ସୁଧାକର ସେଠୀ
ଏକ ନବ ସକାଳର ସ୍ପର୍ଶ
ପବିତ୍ରତାର ମାପକଠି
ମୃତ୍ୟୁ ସହ ଲଢିଥିବା
ଅମରଗାଥାର ନାୟିକା।
ସମାଜ ସଂସ୍କାରର ଏକ
ବଳିଷ୍ଠ ଦିଗ
ଅପସଂସ୍କୃତିର ବିରୋଧାଭାବ
ସୁଖ ଶାନ୍ତିର ଦାମ୍ପତ୍ୟତାର
ପ୍ରତିଫଳନ
ବିକଶିତ ସଭ୍ୟତାର
ହୃଦ ସ୍ପନ୍ଦନ ।
ସତ୍ୟ ଅସତ୍ୟର
କଷଠି ପଥରେ ନାରୀଧର୍ମ
ଜୀବନ ଯଜ୍ଞବେଦୀରେ
ଚେତନାର ସ୍ପୁଲିଙ୍ଗ
ତ୍ୟଗର ମୁକ୍ତିମନ୍ତ ପ୍ରତିକ
ହୃଦୟରେ ସ୍ବର୍ଗୀୟ ଛାପ
ସାବିତ୍ରୀ ନୁହଁ ଏକ ଚରିତ୍ର
ସମାଜର ଅସ୍ମିତାର ପ୍ରତିରୂପ ।
ହୋମବେଦୀର ଜ୍ବଳନ ଶିଖା
ଝଟକୁ ଥିବା ସିନ୍ଦୂର
ବଜ୍ରସମ କାଚ ଶଙ୍ଖା
ମହାଜାଗତିକ ସ୍ରୋତରେ
ଭାସମାନ
ପ୍ରାମାଣିକ ଜୀବସତ୍ତା ।
ସୁଧାକର ସେଠୀ
ଜମ୍ବେଶ୍ବରପୁର, ବାଲେଶ୍ବର
