ଜନତା କର୍ଫ୍ଯୁ

ଲେଖକ ପରିଚୟ

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜନତା କର୍ଫ୍ଯୁ
;!;!;!;!;!;!;!;!;!;!;!;!;!;!;!;!;!;!;!;!;!;!;!;ସଦାନନ୍ଦ ସାହୁ
ଦେଶର ଜନତା ମହାଶକ୍ତି ସତ୍ତା
ନୀରବ ବିପ୍ଳବ ମିତ ,
କରୋନା ରୋଗକୁ ଦୂରେଇ ଦେବାକୁ
ସଂକଳ୍ପ କରିଛି ସତ ॥

କରୋନାକୁ କାବୁ କରିବ ଏ’କର୍ଫ୍ଯୁ
ଏଥିରେ ସନ୍ଦେହ ନାହିଁ ,
ସଂକ୍ରମିତ ଆଉ ହେବନି ଭୁତାଣୁ
ଉଚ୍ଚସ୍ଵରେ ଦିଅକହି ॥

ସ୍ବାସ୍ଥ୍ୟହିଁ ସମ୍ପଦ ବୁଝିଛନ୍ତି ଜନ
ଅକୁଣ୍ଠିତ ସମର୍ଥନ ,
ବିଂଶ ଶତାବ୍ଦୀରେ ଆମ୍ଭେ ସଙ୍କଟରେ
ଦୃଢକର ମନୋବଳ ॥

ସରକାରଙ୍କର ମାନିବା ଆଦେଶ
ଘରୁ କାଢିବାନି ଗୋଡ ,
ବିଦେଶୀ ରୋଗକୁ ନେବାନି ଦେହକୁ
ଏତିକି କାମନା ବଡ଼ ॥

ଆହେ ଦେଶ ବାସୀ କଲ୍ୟାଣ ସରାଗି
କରୋନା ବିରୁଦ୍ଧେ ଲଢ ,
ଭୁତାଣୁ ମରିବ ନପାଇଲେ ସ୍ପର୍ଶ
କାହିଁକି କରିବା ଭିଡ ॥

ସହର ବଜାର ଏବେ ବର୍ଜନୀୟ
ସଚେତନ ହୁଅ ସର୍ବେ ,
ଅକାଳରେ କାହିଁ ଯିବା ମହିଛାଡି
ଭୁତାଣୁର ପାଦ୍ରୁର୍ଭାବେ ॥

ଚାଞ୍ଚଲ୍ୟ କରିଛି କରୋନାଟା ଜାଣି
ଭୁତାଣୁ ସକ୍ରିୟ ଅଛି
ଭେଷଜ ବିଜ୍ଞାନ ଅସହାୟ ଜାଣ
ମହୌଷଧୀ ନାହିଁ କିଛି ॥

ଜନତାଙ୍କ ଇଚ୍ଛା ମହାନ ସଦିଚ୍ଛା
କରୋନାର ନାହିଁ ସ୍ଥାନ ,
ଭାରତେ ଉତ୍କଳ ପାଳୁଛି କର୍ତ୍ତବ୍ୟ
ଜନତା କର୍ଫ୍ଯୁ ସମ୍ମାନ ॥

ସୁସ୍ଥ ନିରାମୟ ଜୀବନ ଯାପନ
ସଭିଁଙ୍କର ଏକଲକ୍ଷ୍ଯ ,
ସେଥିପାଇଁ ସର୍ବେ ସମର୍ଥନେ ସତେ
ପାଳୁଛନ୍ତି କର୍ଫ୍ଯୁପକ୍ଷ ॥

ଆହେ ଦେଶତନ୍ତ୍ରି ସର୍ବଜନ ପ୍ରୀତି
ଉଦ୍ଭାସିତ ତବ ନାମ ,
ମୋଦି , ନବୀନଙ୍କ ସୁପଦେକ୍ଷପ
ଦେଶ ବଞ୍ଚାଇବ ସତ୍ୟ ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ