ବରଷା ଆସିଛି – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବର୍ଷା ଆସିଛି
ଝରକା ସେପଟେ
ପୁଣି ଉଣ୍ଡୁଛି
ଖତେଇ ହେଉଛି
ନାନା ରୂପେ।

ଧିରିକି ଝରକା
ଖୋଲିଲେ ବି
ସେ କଣ ଛାଡୁଛି
ରୁଷିକି ପାଣି ମେଞ୍ଚାଏ
ଛାଟି ଦେଉଛି।

କେତେ କଥା ସେ କହୁଛି
ପୁଣି ମୁଁହ ମୋଡି
ଖତେଇ ହୋଇ
ଡରାଇ ଧମକାଇ କହୁଛି
ରହ ରହ ତତେ ଦେଖୁଛି।

କୁଆଡେ ଗଲୁ ଆଜି
ଜମା ଖୋଜ ଖବର ନାହିଁ
ମୁଁ ଆସିବା ବେଳେ
ତୋ ଚେହେରା
ଦେଖିବାକୁ ମିଳିଲା ନାହିଁ।

ତୁ ସବୁ ବେଳେ
ଆସିବା ଦିନ
ଭାରି ହଉ ଫୂଲେଇ
ଭିଜି ଭିଜି ନାଚି ଗାଇ
ଗମାତ କରୁ
ବରଷା ଆସିଛି କହି
ଗାଁ ସାରା
ପକାଉ ଉଠାଉ।

ଆଜି ତୋର
କଣ ହୋଇଛି
କେତେବେଳ ପରେ
ମତେ ଘର ଭିତରୁ
ସ୍ବାଗତ ମିଳୁଛି।
ବିରସ ବଦନେ
ଝରକା ସେ ପଟେ
ରହି ରହି
ହାତ ହଲାଉଛୁ।

ଝିଅ ଡରି ରାହାଧରୁଛି
ଘରଣି ମୁଁହ ମୋଡି
ଖତେଇ ହୋଇ କହୁଛି
ଅଲାଜୁକି ଭାରି
ଛୋପରୀ ହେଉଛି।

ଭୁଲି ସେ ଯାଇଛି
ଗାଁ ଛାଡି ମୁଁ ଯେ ସହରି ବନିଛି।
ମୂକ୍ତ ଆକାଶ ଛାଡି
ପଞ୍ଜୁରୀକୁ ଆବୁରିଛି।

ଏଠି ଉପର ଘରୁ
ତଳଘର ପରିଚୟ ମିଳେନା ।
ନିଜ କାମଛଡା ଅନ୍ୟ
କଥା ବୁଝି ହୁଏନା।

ଗାଁରେ ସିନା
କୋଶ କୋଶ ଯାଏ
ପରିଚୟ ଖୋଜିବାକୁ ପଡେନା।
କାହାର କିଛି ହେଲେ
ଗାଁ ସାରା ଚୁଲି ଜଳେନା।

ଗୋଟେ ମନ ଗୋଟିଏ ପ୍ରାଣ
ଦେଖିବାକୁ ମିଳେ ଗାଁରେ
ଏଠି ସବୁ ପରିଚୟ ହଜିଯାଏ
ସହରୀ ଚାକ ଚକ୍ୟରେ।

ଖୁସି ଏଠି ସିମିତ ସିନା
ନିଜ ଘର ଭିତରେ
ଗାଁରେ ଖୁସି ବଣ୍ଟା ଯାଏ
ଘରେ ଘରେ।
ବରଷା କାହୁଁ ବୁଝିବ
ସହରି ଜିବନ ନିସଂଗ ଭରା
ଖାଲି ପଥ କଣ୍ଟକିତ
ମରିଚିକା ଭରା ଆଉ ହାହୁତାସ ।

ଖୁସି ଏଠି କାହୁଁ ମିଳିବ
ଯେତେ ଖୋଜା ଖୋଜି କଲେ
ବନ୍ଦି ଜିବନ ଇଏ
ଆପେକ୍ଷା ମୁକ୍ତି ମହକରେ।

ସୁଧାକର ସେଠୀ
ବାଲେଶ୍ବର।

Leave a Reply

Your email address will not be published. Required fields are marked *