ରଜ – କୁନ୍ତଳା ସାହୁ

ଲେଖକ ପରିଚୟ

କୁନ୍ତଳା ସାହୁ
ଟାଙ୍ଗି, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାର ମାସେ ତେର ପର୍ବ
ଓଡ଼ିଆ ଜାତିର ଗର୍ବ ଗ ଉରବ
ଗର୍ବ ଗ ଉରବ ଲୋ
ଆସିଛି ରଜ ପରବ 🍀
ଜ୍ୟେଷ୍ଠ ମାସ ହେଲା ଶେଷ
ପହିଲି ଆଷାଢ଼ ହେଲା ପ୍ରବେଶ
ହେଲା ପ୍ରବେଶ ଲୋ
ସଭିଙ୍କ ମନ ‌ହରଷ 🍀
ପୂର୍ବ ଦିନ ସଜବାଜ
ମସଲା ବଟାକୁ ପିଠଉ ସଜ
ପିଠ ଉ ସଜ ଲୋ ଲାଗ ଇ ଭାରି ମଉଜ 🍀
ପହିଲି ରଜ ର ଦିନ କୁଆଁରୀ ମାନଙ୍କ ହରଷ ମନ
ହରଷ ମନ ଲୋ
ପିନ୍ଧନ୍ତି ନୂଆ ବସନ 🍀
କପାଳେ ଚନ୍ଦନ ଟିପା
ପାଦରେ ପିନ୍ଧନ୍ତି ନାଲି ଅଳତା
ନାଲି ଅଳତା ଲୋ
ମେହେନ୍ଦି ରେ କୁଟା ଚିତା 🍀
ଖୁସିରେ ବାଳିଏ ମିଳି
ରଜ ପାନ ଖାଇ ଖେଳନ୍ତି ଦୋଳି
ଖେଳନ୍ତି ଦୋଳି ଲୋ ଗୀତ ଗାଇ ହସିଖେଳି 🍀
ଘରେ ଘରେ ପୋଡପିଠା
ସାହି ପଡିଶା ରେ ଲାଗଇ ବଣ୍ଟା
ଲାଗଇ ବଣ୍ଟା ଲୋ
ସଂଗେ ରଜ ପାନ ମିଠା 🍀
ରଜର ଦ୍ଵିତୀୟ ଦିନ
ମିଥୁନ ସଂକ୍ରାନ୍ତି ପଡେ ସେ ଦିନ
ପଡେ ସେ ଦିନ ଲୋ
ସରୁ ଚକୁଳି ରେ ମନ 🍀
ତୃତୀୟ ଦିନ ଅବଧି
ଭୂମି ଦହନ ସେ ରହିଛି ବିଧି
ରହିଛି ବିଧି ଲୋ
ଗୁଆ ଖୋଳପା କୁ ପିନ୍ଧି 🍀
ଚତୁର୍ଥ ଦିବସେ ଜାଣ
ବସୁମତୀ ସ୍ନାନ ହୁଏ ସେ ଦିନ
ହୁଏ ସେ ଦିନ ଲୋ
ଆନନ୍ଦ କୃଷକ ମନ 🍀
ଲଙ୍ଗଳ ଲୁହା କୁ ନେଇ
ପୂଜନ୍ତି ଫୁଲ ଓ ଚନ୍ଦନ ଦେଇ
ଚନ୍ଦନ ଦେଇ ଲୋ
ପହିଲି ଚାଷର ପାଇଁ 🍀
ସଭିଙ୍କ ମନ ଆନନ୍ଦ
ତିନି ଦିନ ଯାକ କାମ ବଅନ୍ଦ
କାମ ବଅନ୍ଦ ଲୋ
ଖେଳ କଉତୁକ ଛନ୍ଦ 🍀
ଲାଗିଥାଏ ସାଜସଜ୍ଜା
ଫଳମୂଳ ଖାଇ ମାରନ୍ତି ମଜା
ମାରନ୍ତି ମଜା ଲୋ
ପଣା ପିଇ ମନ ତାଜା 🍀
ପୁରୁଷ ହୁଅନ୍ତି ଖୁସି
କାମ ତ ବଅନ୍ଦ ଖେଳନ୍ତି ହସି
ଖେଳନ୍ତି ହସି ଲୋ
ତାଆସ ଓ ଲୁଡୁ ବସି 🍀
ପହିଲି ବରଷା ରାଜା
କ୍ଷେତେ ମଞ୍ଜି ପଡ଼ି ହୁଅଇ ଗଜା
ହୁଅଇ ଗଜା ଲୋ
ଦେଖ କୃଷକର ମଜା 🍀
ଏପରି ପ୍ରତି ବରଷ
ରଜ ଆଣିଦିଏ ଖୁସି ପରଶ
ଖୁସି ପରଶ ଲୋ
ସଭିଙ୍କ ମନ ‌ହରଷ 🍀
ହାତ ଯୋଡ଼ି କହେ ସାହୁ
କରୁଣା କରିବେ ଶ୍ରୀ ମହାବାହୁ
ଶ୍ରୀ ମହାବାହୁ ଲୋ
ଭାଇଚାରା ବଞ୍ଚି ରହୁ 🍀

କୁନ୍ତଳା ସାହୁ
ସହ ସଂପାଦିକା, ସମ୍ବାଦ ସାହିତ୍ୟ ଘର, ଟାଙ୍ଗି ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ