ମାନୁର ରଜ – କୁନ୍ତଳା ସାହୁ

ଲେଖକ ପରିଚୟ

କୁନ୍ତଳା ସାହୁ
ଟାଙ୍ଗି, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାର ମାସେ ତେର ପରବ
ଆମ ଓଡିଆ ଘରେ
ନିଆରା ଏ ରଜ ପରବ
ସବୁ ପର୍ବ ମଧ୍ୟରେ।
କୁଆଡୁ ଆସିଲା ଏ ମହାମାରୀ
ଦୁଷ୍ଟ କରୋନା
ଦୁଃଖ ଦେଇ ସଭିଙ୍କ ମନେ
ଦେଖାଉଛି ଜମାନା।
କୁଆଁରୀ ମାନଙ୍କ ମନରେ
ଏବେ ନାହିଁ ହରଷ
ପାଳି ନ ଥିଲେ ଏ ରଜକୁ
ପୁଣି ଗଲା ବରଷ।
ଘର କୋଣେ ବସି କାନ୍ଦୁଛି
ଦୁଃଖେ ଆମରି ମାନୁ
ଗଲା ବରଷର ଦୁଃଖ କୁ
ଭୁଲି ପାରୁନି ମନୁ।
ସାଙ୍ଗ ସାଥି କେହି ଘରକୁ
ଏବେ ଆସିବେ ନାହିଁ
କହିଛନ୍ତି ମାଆ ଭିତରେ ରୁହ
ଦୁଆର ଦେଇ।
ବଡ଼ ଭୟଙ୍କର ମାୟାବୀ
ଏହି ଦୁଷ୍ଟ କରୋନା
ମଣିଷ ସମାଜେ ଭରିଛି
କେତେ ଦୁଃଖ ଯାତନା।
କେତେ କେତେ ମୁଣ୍ଡ ନେଲାଣି
ପୁଣି ଚାଲିଛି ଗ୍ରାସି
ସହର ଠୁ ପଲ୍ଲୀ ପର୍ଯ୍ୟନ୍ତ
ସେ ଯେ ସବୁଠି ଅଛି।
ବଜାରୁ ତୋ ବାପା ଆଣିବେ
ନୂଆ ପୋଷାକ କିଣି
ମେହେନ୍ଦି,ଅତର, ଅଳତା
ଆଦି ତୋ ମନ ଜାଣି।
ପୋଡ଼ପିଠା,ମଣ୍ଡା, ଆରିସା
ଖାଇ ସରୁ ଚକୁଳି
ନୂଆ ଜାମା ପିନ୍ଧି ଖେଳିବୁ
ମନ ହରଷେ ଦୋଳି।
ସଜ ମଲ୍ଲୀ ଫୁଲେ ସଜାଡି ଦେବି
ଗଭା ତୋହର
ଆଙ୍କିବି ମେହେନ୍ଦି ହାତରେ
କରି ଭାରି ସୁନ୍ଦର।
ସବୁ କଥା ଶୁଣି ମାନୁ ଆମର
ହୋଇଲା ଖୁସି
ସୁନ୍ଦର ଦାନ୍ତକୁ ଦେଖାଇ
ଧୀରେ ଦେଲା ସେ ହସି।
କହିଲା ରଜରେ ମୋ ମନ
ପଛେ ଖୁସି ନ ହେଉ
ବିଶ୍ଵ ରୁ ଏ ଦୁଷ୍ଟ କରୋନା
ଏବେ ଦୂରେଇ ଯାଉ।

କୁନ୍ତଳା ସାହୁ
ସହ ସଂପାଦିକା, ସମ୍ବାଦ ସାହିତ୍ୟ ଘର, ଟାଙ୍ଗି, ଖୋର୍ଦ୍ଧା।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ