ଶବ୍ଦ – ରମେଶ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଶବ୍ଦ: ଅମୋଘ ଅସ୍ତ୍ରଟିଏ
ଶତ୍ରୁତାର ଅବା ମିତ୍ରତାର
ସୃଜନୀର ମହାମନ୍ତ୍ର
ସେ ପୁଣି ଆଣିଥାଏ
ପ୍ରଳୟ, ସଂହାର ।

ସୁନାନାକୀ ଝିଅଟିଏ କେବେ
ହସକୁରୀ ଗୋଲାପୀ ଓଠରେ
ମିଠା ମିଠା ସମ୍ପର୍କର
ତାରାଫୁଲ ବୁଣେ,
ଜଟାଜୁଟ ବିମଣ୍ଡିତ
ସନ୍ନ୍ଯାସୀ ରୂପରେ
ଉଭା ହୋଇ କେବେ
ରତ୍ନାକର ଭିତରୁ
ବାଲ୍ମୀକିକୁ ଖୋଜି ଆଣେ ।

ଶବ୍ଦ: ଦୁନିଆର ଶ୍ରେଷ୍ଠ ଯାଦୁକର
ନିମିଷେ ହସାଏ ପୁଣି
ନିମିଷେ କନ୍ଦାଏ
ବ୍ରିଟେନ ରାଣୀଙ୍କ ନିମନ୍ତ୍ରିତ
ଆଇନ୍ ଷ୍ଟାଇନ୍ ଭଳି
ଦିଶୁଥାଏ ବହୁତ ସରଳ ।

ଶବ୍ଦ କେବେ ସୁଗନ୍ଧିତ ପାରିଜାତଟିଏ
ଲକ୍ଷ ଜନ ମନ କିଣି
ପ୍ରେମ ପ୍ରୀତି ପ୍ରତ୍ଯୟର
ପାଟଡୋରେ ବାନ୍ଧି ରଖିଥାଏ ।

ଶବ୍ଦ ପୁଣି କେବେ କେବେ
ଏରକାର ଅଜ୍ଞାତ କୋକୁଆ
ବିଚ୍ଛିନ୍ନ ବୀଣାର ସ୍ବନ, ବେସୁରା କମ୍ପନ
ଶବ୍ଦ: ତାଣ୍ଡବର ଉଦ୍ଦୀପ୍ତ ଡମ୍ବରୁ
ମହା ରୌଦ୍ର ପ୍ରଳୟ ଗର୍ଜନ ।

ଶବ୍ଦ ତ ବ୍ରହ୍ମର ସୂକ୍ଷ୍ମ ଅବତାର
ଏଠି ସେଠି ସବୁଠି ସେ ଥାଏ
ତା ନିଜ କ୍ଷମତା ବଳୟେ
ଅମୃତ, ମାହେନ୍ଦ୍ର,
ବାରବେଳା, କାଳବେଳା
ମୁହୂର୍ତ୍ତ ସବୁକୁ
ନିୟନ୍ତ୍ରଣେ ବାନ୍ଧି ରଖିଥାଏ ।
ପରମାଣୁ ଅସ୍ତ୍ରଠାରୁ ମହା ବଳଶାଳୀ
ଭୟଙ୍କର ହେଉ ଅବା
ପ୍ରୀତିପଦ ମଧୁର ମଞ୍ଜୁଳ
ମହାଧ୍ବଂସ ଡାକିଆଣେ
ଅବା ରିଷ୍ଟ ଦେଇଥାଏ ଜାଳି ।

ତାପସ କୁଟୀର, ବଇଣ୍ଡା,
ଅନୁଗୋଳ, ମୋ- ୯୪୩୮୪୮୧୧୩୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ