କି ହେବ ସଂସାରୀ ହେଲେ ? – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କି ହେବ ସଂସାରୀ ହେଲେ ?
ଧର୍ମ କର୍ମ ନ କରିଲେ
ଦୁଃଖୀ ଦୁଃଖ ନ ବୁଝିଲେ ।।୦।

ବାଲ୍ୟ କାଳ କଟିଗଲା ଧୂଳି ଖେଳରେ
ମାୟାରେ ବାୟା ହୋଇଲୁ ଯୁବାବସ୍ଥାରେ
ସୁଖ ଧନ ଅରଜିଲୁ ସାଧୁ ସନ୍ଥ ନ ସେବିଲୁ
କି ହେବ ଧନ ଅର୍ଜିଲେ ।।୧।

ମୁଢମନ ଦୃଢେ ଭଜ ଗୁରୁ ପୟରେ
ତୁଟିବ ଭବ ବନ୍ଧନ କୃପା ବଳରେ
ନିତି ଧର୍ମ ପଥେ ଯାଇ ଗୀତା ଭାଗବତ ଗାଇ
ମଠ ମନ୍ଦିର ନ ଗଲେ ।।୨।

ସ୍ୱଧର୍ମ ପାଳନ ଭକ୍ତି ଗୁରୁଜନ ରେ
ଶ୍ରଦ୍ଧା ଲଘୁଜନେ ମନ ଆତିଥ୍ଯ ରେ
ଦୀନ ଭିକାରୀରେ ଦାନ ଘନଶ୍ୟାମ ନିବେଦନ
କି ଲାଭ ଏତେ ନକଲେ ।।୩ ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ